ଭାରତକୁ ଲାଗିପାରେ ବଡ଼ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ି ପାରନ୍ତି ହିଟ୍‌ମ୍ୟାନ୍

Published By : Prameya-News7 Bureau | October 10, 2024 IST

livehindustan

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିରିଜ୍‌ରେ ଭାରତୀୟ ଦଳକୁ ଲାଗିପାରେ ବଡ଼ ଝଟକା।   ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ି ପାରନ୍ତି। ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇଟି  ମ୍ୟାଚ୍‌ରୁ ଗୋଟିଏରେ ଉପଲବ୍ଧ ରହିବେ ନାହିଁ। ସେ ବିସିସିଆଇକୁ ଏହି ବିଷୟରେ ଅବଗତ କରାଇ ଦେଇଛନ୍ତି। ଭାରତୀୟ ଦଳ ୨୦୧୪/୧୫ ପରଠୁ ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଆସିଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତ ପ୍ରଥମ ଟେଷ୍ଟ ସହିତ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଦ୍ଵିତୀୟ ଟେଷ୍ଟ ନ ଖେଳି ପାରିବାର ସମ୍ଭାବନା ରହିଛି। ତେବେ ବିସିସିଆଇ ସ୍ଥିତି ବିଷୟରେ କୌଣସି ସ୍ପଷ୍ଟତା ଦେଇ ନାହିଁ। କିନ୍ତୁ ରୋହିତ ଶର୍ମା ବିସିସିଆଇକୁ ଅବଗତ କରାଇ ଦେଇଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ତାଙ୍କୁ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ଗୋଟିଏ ଖେଳି ନ ପାରନ୍ତି। 

ରୋହିତ କହିଛନ୍ତି, ଯଦି ସିରିଜ୍ ପୂର୍ବରୁ ବ୍ୟକ୍ତିଗତ କାମ ସରିଯାଏ ତେବେ ସେ ସମସ୍ତ ପାଞ୍ଚ ଟେଷ୍ଟ ଖେଳି ପାରନ୍ତି। ଆଗାମୀ ଦିନରେ ଏହି ବିଷୟରେ ଆହୁରି ସ୍ପଷ୍ଟତା ଆସିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତେବେ ରୋହିତ ଶର୍ମା ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବେ। 

ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରାରମ୍ଭିକ ମ୍ୟାଚ୍ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳରେ ସାମିଲ କରାଯାଇପାରେ। ଈଶ୍ଵରନ ଭାରତ ଏ ଦଳ ପକ୍ଷରୁ ଅଷ୍ଟ୍ରେଲିଆରେ ମ୍ୟାଚ୍ ଖେଳିବା ସହ ଦଳର ନେତୃତ୍ଵ ମଧ୍ୟ ନେଇଛନ୍ତି। ରୋହିତଙ୍କ ଜାଗାରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ଗିଲ୍ କିମ୍ବା କେଏଲ ରାହୁଲ ଓପନିଂ କରି ପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.