ବାତ୍ୟା ମୁକାବିଲାରେ ଭାରତୀୟ ନୌସେନା, ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଗଲା ଜରୁରୀକାଳୀନ ରିଲିଫ୍ ସାମଗ୍ରୀ

Published By : Prameya-News7 Bureau | October 24, 2024 IST

News7

ଭୁବନେଶ୍ୱର: ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ସାମୁଦ୍ରିକ ଝଡ଼ ଦାନା। ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍‌। ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଭିତରକନିକା-ଧାମରା ଆଖପାଖ ଅଞ୍ଚଳରେ ଛୁଇଁବ ସ୍ଥଳଭାଗ । ଏନେଇ ପୂରା ସଜାଗ ରାଜ୍ୟ ସରକାର। ବାତ୍ୟାର ମୁକାବିଲା ଲାଗି ସାମିଲ ହୋଇଛି ଭାରତୀୟ ନୌସେନା। 

ପ୍ରଭାବିତ ଅଞ୍ଚଳରେ ଆଲର୍ଟରେ ଅଛନ୍ତି NDRF, ODRAF। ପ୍ରବଳ ପବନ ଓ ବର୍ଷାର ମୁକାବିଲା ଲାଗି ବଡ଼ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ନୌସେନା। ରିଲିଫ ଯୋଗାଣ ଓ ମାନବୀୟ ସହାୟତା ପାଇଁ ସାମିଲ ହେବ ନୌସେନା। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଭାବିତ ହେବାକୁ ଥିବା ରାଜ୍ୟକୁ ଗସ୍ତ କରିବାକୁ ପ୍ରସ୍ତୁତ।

ନୌସେନା କହିଛି ଯେ ରିଲିଫ ସାମଗ୍ରୀ ସଜ୍ଜିତ ହୋଇ ରଖାଯାଇଛି। ରେସ୍କ୍ୟୁ ଟିମ୍‌ ଓ ୨ଟି ସିପ୍‌ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି। ପୂର୍ବ ନୌସେନା କମାଣ୍ଡର୍‌ ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗରେ ଦାୟିତ୍ୱରେ ଥିବା ନୌସେନା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟର ମୁକାବିଲା କରିବେ। 

ବିବୃତ୍ତିରେ କୁହାଯାଇଛି ଯେ ଆବଶ୍ୟକ ପଡ଼ିଲେ ନୌସେନା ପକ୍ଷରୁ ଡାକ୍ତରୀ ସେବା ଓ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦେବ। ଅତ୍ୟାବଶ୍ୟକ ପୋଷାକ, ପାନୀୟ ଜଳ, ଖାଦ୍ୟ, ଔଷଧ ଏବଂ ଜରୁରୀକାଳୀନ ରିଲିଫ୍ ସାମଗ୍ରୀକୁ ବିଭିନ୍ନ ସ୍ଥାନକୁ ପଠାଇ ଦେଇଛି ଯାହା ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଓ ପବନ ପରେ ପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯିବ ରିଲିଫ। ଆବଶ୍ୟକ ପଡ଼ିଲେ ଚପର୍‌ ମଗାଯିବା ନେଇ ପୂର୍ବରୁ କହିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

IMD ଡିଜି କହିଛନ୍ତି, ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି଼. ରହିବାର ସମ୍ଭାବନା ରହିଛି । ଗୁରୁବାର ରାତିରୁ ଶୁକ୍ରବାର ସକାଳେ ପବନର ବେଗ ସବୁଠୁ ଅଧିକ ରହିବ । ଏହିସବୁ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ମେଦିନୀପୁରରେ ପବନର ବେଗ ଅଧିକ ରହିବ।

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.