୭ ମାସର ସର୍ବନିମ୍ମ ସ୍ତରକୁ ପହଞ୍ଚିଲା ଋଷିଆରୁ ଭାରତର ତୈଳ ଆମଦାନୀ, ଜାଣନ୍ତୁ କିପରି ପଡିବ ପ୍ରଭାବ?

Published By : Prameya-News7 Bureau | September 03, 2023 IST

ନୂଆଦିଲ୍ଲୀ ୩।୯: ଶସ୍ତା ଦରରେ ଋଷିଆରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। କୁହାଯାଉଛି ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ  କାରଣରୁ ଅଗଷ୍ଟ ମାସରେ ଋଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରାଯାଇଥିଲା। ତେବେ ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଉଦ୍ୟୋଗ ତଥ୍ୟରୁ ଜଣାପଡିଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବ ବୃହତ୍ତ ତୈଳ ଉପଭୋକ୍ତା ଦେଶ। ତେବେ ଋଷିଆରୁ ତୈଳ ଆମଦାନୀ ଲଗାତାର ତୃତୀୟ ମାସରେ ହ୍ରାସ ହୋଇଛି।

ଅଗଷ୍ଟ ମାସରେ କମ୍ ବର୍ଷା ଯୋଗ କମିଛି ଚାଷ, ବେଶି ପ୍ରଭାବିତ ହୋଇଛି ଡାଲି ଫସଲ, ହ୍ରାସ ପାଇଛି ଜଳ ସ୍ତର

ବିଶ୍ୱର ତୈଳ ନେଣଦେଣ ଉପରେ ନଜର ରଖୁଥିବା କମ୍ପାନୀ ଭର୍ଟେକ୍ସ ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ଋଷିଆରୁ ଭାରତ ଦୈନିକ ୧୪.୬ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ କିଣିଛି। ଏହା ପୂର୍ବ ମାସରେ ଏହି ଆମଦାନୀ ଦୈନିକ ୧୯.୧ ଲକ୍ଷ ବ୍ୟାରଲ ଥିଲା। ଏହା ଛଡା ଭାରତୀୟ ରିଫାଇନାରୀ କମ୍ପାନୀମାନେ ଅନ୍ୟତମ ଯୋଗାଣକାରୀ ଦେଶ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଆମଦାନୀ ୮,୯୧,୦୦୦ ବ୍ୟାରଲ ଦୈନିକ ସ୍ଥାନରେ ଏବେ ୮,୬୬,୦୦୦ ବ୍ୟାରଲ ତୈଳ ଆସୁଛି। ତେବେ ତଥ୍ୟରୁ ଯାହା ଜଣାପଡୁଛି ଏହି ଅବଧିରେ ସାଉଦୀ ଆରବରୁ ଜୁଲାଇରେ ୪,୮୪,୦୦୦ ବ୍ୟାରେଲ ଦୈନିକରୁ ବଢାଇ ୮,୨୦,୦୦୦ ବ୍ୟାରଲ କରିଦିଆଯାଇଛି।

{"id":839826,"width":841,"height":560,"sizeSlug":"full","linkDestination":"none"}

ଫେବୃଆରୀ ୨୦୨୨ରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ କାଳରେ ଋଷିଆରୁ ଭାରତର ତୈଳ ଆମଦାନୀ ୧ ପ୍ରତିଶତରୁ ମଧ୍ୟ କମ୍ ଥିଲା। ତେବେ ଋଷିଆ ରିହାତି ଦରରେ ତୈଳ ଦେବା ଯୋଗୁ ଭାରତୀୟ ରିଫାଇନାରୀ କମ୍ପାନୀମାନେ ଋଷିଆରୁ ତୈଳ ଆମଦାନୀ ଆରମ୍ଭ କରିଥିଲେ। ଏଥିରେ ମେ ମାସରେ ଋଷିଆରୁ ଭାରତକୁ ଦୈନିକ ଅଶୋଧିତ ତୈଳ ଆମଦାନୀ ୨୦ଲକ୍ଷ ବ୍ୟାରଲର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ ୟୁରୋପୀୟ ଦେଶ ଓ ଜାପାନ କ୍ରୟ ଉପରେ କଟକଣା ଜାରି କରିଥିଲେ। ଏଣୁ ଋଷିଆ ଅଶୋଧିତ ତୈଳର ମୂଲ୍ୟ ବ୍ରେଣ୍ଟ କ୍ରୁଡ ଠାରୁ ମଧ୍ୟ କମ୍‌ କରିଦେଇଥିଲା। ତେବେ ଋଷିଆ ଦେଉଥିବା ରିହାତି ଗତବର୍ଷ ୩୦ ଡଲାର ପ୍ରତି ବ୍ୟାରଲ ହ୍ରାସ କରି ଏବେ ୧୦ ଡଲାର କରିଦେଇଛି।

ସରକାର ଅଶୋଧିତ ତୈଳ ଉପରୁ ହଟାଇଲେ ୱିଣ୍ଡଫଲ ଟ୍ୟାକ୍ସ, ବଢିଲା ଡିଜେଲ ଓ ଏଟିଏଫ ଶୁଳ୍କ

ତେବେ ଭାରତର ଅଶୋଧିତ ତୈଳ ଆମଦାନୀ ଅକ୍ଟୋବର ମାସରେ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। କାରଣ ଚତୁର୍ଥ ତ୍ରୈମାସିକରେ ଚାହିଦା ବୃଦ୍ଧି ହେବ। ଭୋର୍ଟେକ୍ସର ପ୍ରଶାନ୍ତ ଏସିୟା ବିଶ୍ଲେଷକ ସେରେନା ହୁଆଙ୍ଗ କହିଛନ୍ତି ଯେ କେତେକ ଭାରତୀୟ ତୈଳ ରିଫାଇନାରୀ କମ୍ପାନୀ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ନିମନ୍ତେ ଯୋଜନା କରିଛନ୍ତି। ଯାହା ସେମାନଙ୍କ ଅଶୋଧିତ ତୈଳ ଆମଦାନୀକୁ ସୀମିତ କରିବ। ତେବେ ଏହି ସମୟରେ ଦେଶରେ ଉତ୍ସବ ଋତୁ ଏଣୁ ଘରୋଇ ଚାହିଦା ବୃଦ୍ଧିର ଆଶଙ୍କା କରାଯାଉଛି। ବର୍ଷ ଶେଷ ବେଳକୁ ମଧ୍ୟ ଭାରତର ତୈଳ ଚାହିଦା ଉଚ୍ଚ ଥିବ ବୋଲି ଅନୁମାନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.