ଭାରତର ପ୍ରଥମ 5G ୱାୟାରଲେସ୍‌ Wi-Fi ହେଲା ଲଞ୍ଚ୍‌, ଏକାସାଙ୍ଗରେ ଚାଲିପାରିବ ୬୪ ଡିଭାଇସ୍‌

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ, ୦୭/୦୮: ଭାରତୀ ଏୟାରଟେଲ୍‌ ସୋମବାର ଏହାର ଏୟାରଫାଇବର ଲଞ୍ଚ କରିଛି । ଏହା ହେଉଛି ଭାରତର ପ୍ରଥମ ୫ଜି ଓ୍ବାୟାରଲେସ୍‌ ଓ୍ବାଇ-ଫାଇ ଡିଭାଇସ। ଦେଶରେ ଯେଉଁଠାରେ ଓ୍ବାଇ-ଫାଇର ପହଞ୍ଚ ନାହିଁ ସେଠାରେ ଏୟାରଟେଲର ଏହି ଡିଭାଇସ ଦ୍ବାରା ଓ୍ବାଇ ଫାଇ ଇଣ୍ଟରନେଟ୍‌ ସେବା ମିଳିପାରିବ। ଟେଲିକମ୍ କମ୍ପାନି କହିଛି ଏହା ଭାରତର ଏଭଳି ଗ୍ରାମୀଣ ଏବଂ ସହରୀ ଅଞ୍ଚଳରେ ଯୋଗାଯୋଗ ସୁବିଧା ଦେବ ଯେଉଁଠାରେ ଫାଇବର ଇଣ୍ଟରନେଟ୍‌ ଏକ ଚାଲେଞ୍ଜ ଭାବରେ ରହିଛି।

ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଏୟାରଫାଇବର ଡିଭାଇସ ସାହାଯ୍ୟରେ ଆପଣ ଦ୍ରୁତ ଇଣ୍ଟରନେଟ୍‌ର ସୁବିଧାର ଫାଇଦା ଉଠାଇପାରିବେ। ଏହି ଏୟାର ଫାଇବର ସାହାଯ୍ୟରେ ଘରେ-ଅଫିସ୍‌ରେ ଓ୍ବାଇ-ଫାଇ ଦ୍ବାରା ଇଣ୍ଟରନେଟ୍‌ ମିଳିବ। ତେବେ ବର୍ତ୍ତମାନ ଏହି ସେବା ଦିଲ୍ଲୀ ଏବଂ ମୁମ୍ବାଇ ପାଇଁ ଜାରି ହୋଇଛି। କମ୍ପାନି ଆଗକୁ ଏହାକୁ ପୂରା ଦେଶରେ ଲଞ୍ଚ କରିବ। କମ୍ପାନି କହିଛି ଯେ, ସବୁ ଏକ୍ସଟ୍ରିମ୍‌ ଏୟାରଫାଇବର ଡିଭାଇସ ‘ମେକ୍‌ ଇନ୍‌ ଇଣ୍ଡିଆ’ ମିଶନ ଅନୁଯାୟୀ ତିଆରି କରାଯିବ।

ଆହୁରି ପଢ଼ନ୍ତୁ: ସାମ୍ନାକୁ ଆସିଲା iPhone 15ର ଲଞ୍ଚ ଡେଟ୍‌, ଏହି ଦିନ ବଜାରକୁ ଆସିପାରେ ନୂଆ ସିରିଜ୍‌

ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଏୟାରଫାଇବର ଦାମ୍‌:

ଏୟାରଟେଲ ଏକ୍ସଟ୍ରିମ୍‌ ଏୟାରଫାଇବର ୭୯୯ ଟଙ୍କା ପ୍ରତି ମାସିକ ପ୍ଲାନ୍ ସହ ଉପଲବ୍ଧ ହୋଇଛି। ଏହା ଆପଣଙ୍କୁ ୧୦୦ ଏମବିପିଏସର ଇଣ୍ଟରନେଟ୍‌ ସ୍ପିଡ୍‌ ଦେଉଛି। ଏହି ପ୍ଲାନ୍‌କୁ ଆପଣ ୨୫୦୦ ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ସହ ୪୪୩୫ ଟଙ୍କାରେ ଛଅ ମାସ ପାଇଁ ମଧ୍ୟ ନେଇପାରିବେ। ଅବଶ୍ୟ ୧୮ ପ୍ରତିଶତ ଜିଏସଟି ପରେ ଏହି ପ୍ଲାନ୍‌ ଆପଣଙ୍କୁ ୭,୭୩୩ ଟଙ୍କା ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.