ଅମୂଲର ବଡ଼ ଯୋଜନା, ଆମେରିକା ପରେ ଏବେ ୟୂରୋପରେ ଆରମ୍ଭ କରିବ ବ୍ୟବସାୟ

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ: ଘରେ ଘରେ ପରିଚିତ ‘ଅମୂଲ’ କମ୍ପାନି ନିକଟରେ ଆମେରିକାରେ ଏହାର ବ୍ୟବସାୟର ଆରମ୍ଭ କରିଛି। ଏଠାରେ ବେଶ୍‌ ସଫଳ ମଧ୍ୟ ହୋଇଛି। ଆଉ ଏହି ସଫଳତା ପରେ ଏବେ ଅମୂଲ ୟୂରୋପରେ ମଧ୍ୟ ବ୍ୟବସାୟ ଆରମ୍ଭ କରିବା ନେଇ ଯୋଜନା କରୁଛି। ଅମୂଲ ଏବଂ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ସଂଘ (ଜିସିଏମଏମଏଫ)ର ମ୍ୟାନେଜିଙ୍ଗ ଡାଇରେକ୍ଟର ଜୟେନ ମେହତା କହିଛନ୍ତି, ଆମେରିକାରେ ଅମୂଲ ବେଶ୍‌ ସଫଳ ହୋଇଛି, ଆଉ ଏବେ ଏହା ପ୍ରଥମ ଥର ୟୂରୋପୀୟ ବଜାରରେ ଆଣିବାକୁ ପ୍ରସ୍ତୁତ। 

ସେ କହିଛନ୍ତି ଏଭଳି ହେଲେ ବ୍ରାଣ୍ଡ୍‌ ପାଇଁ ଏହା ଏକ ଐତିହାସିକ କ୍ଷଣ ହେବ। ସେ ଆହୁରି କହିଛନ୍ତି ଭାରତ ଏବେ ଦୁନିଆର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ, ଆଉ ଆଗାମୀ ବର୍ଷରେ ଦୁନିଆର ସମୁଦାୟ ଦୁଗ୍ଧ ଉତ୍ପାଦନ ଏକ-ଚତୁର୍ଥାଂଶ ଭାରତରେ ହେବ। ଡାଏରୀ କେବଳ ଏକ କାରବାର ନୁହେଁ, ଏହା ଗ୍ରାମୀଣ ଭାରତର ଲାଇଫ୍‌ ଲାଇନ୍‌। 

ମେହତା କହିଛନ୍ତି, ଅମୂଲ ପ୍ରତିଦିନ ୩୧୦ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଛି। ଭାରତରେ ୧୦୭ ଡାଏରୀ ପ୍ଲାଣ୍ଟ ଏବଂ ୫୦ରୁ ଅଧିକ ଉତ୍ପାଦ ସହ ଅମୂଲ ଦ୍ବାରା ବାର୍ଷିକ ୨୨ ବିଲିୟନ ପ୍ୟାକ୍‌ର ସପ୍ଲାଏ କରାଯାଏ। ସେ ଦାବି କରିଛନ୍ତି ଯେ, ଅମୂଲର ବ୍ୟବସାୟ ୮୦ ହଜାର କୋଟି ଯଙ୍କାର ରହିଛି ଆଉ ଏବେ ଏହା ବିଶ୍ବର ସ୍ତରରେ ସବୁଠୁ ମଜଭୁତ ଡାଏରୀ ଏବଂ ଫୁଡ୍‌ ବ୍ରାଣ୍ଡ୍‌। ଯାହାର ମାଲିକ ହେଉଛନ୍ତି ୩୬ ଲକ୍ଷ ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.