ନୂଆଦିଲ୍ଲୀ ୫।୧: ଭାରତରେ ଏକ ନୂଆ ଯୁଗର ପ୍ରାରମ୍ଭ ହୋଇଛି! ମିଜୋରାମର ଦୂରତଲାଙ୍ଗ, ଆଇଜୋଲସ୍ଥିତ ସିନୋଡ ହସ୍ପିଟାଲରେ ୧ ଜାନୁୟାରୀ ୨୦୨୫ ସକାଳ ୧୨ଟା ବାଜି ୩ ମିନିଟ୍ରେ ଏକ ଐତିହାସିକ ଘଟଣା ଘଟିଛି। ଏଠାରେ ଦେଶର ଫାଷ୍ଟ ଜେନେରେସନ ‘ବିଟା’ ଶିଶୁର ଜନ୍ମ ହୋଇଛି। ଜେନେରେସନ ‘ବିଟା’ ସେହିସବୁ ପିଲା ଯେଉଁମାନେ ୧ଜାନୁୟାରୀ ୨୦୨୫ ପରେ ଜନ୍ମ ହେଉଛନ୍ତି। ଏହି ପିଢୀକୁ ଦ୍ରୁତ ବୈଷୟିକ ବିକାଶ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଜନ୍ମ ହୋଇଥିବା ପିଢୀ କୁହାଯାଉଛି।
ଜେନେରେସନ ବିଟା ପିଲାମାନେ ଜନ୍ମରୁ ଟେକ୍ନୋଲଜି ସହ ପରିଚିତ ରହିବେ। ସେମାନେ ସ୍ମାର୍ଟଫୋନ, ଟାବଲେଟ ଓ କମ୍ପ୍ୟୁଟର ଭଳି ଉପକରଣକୁ ଅତ୍ୟନ୍ତ ସହଜରେ ଉପଯୋଗ କରିବେ। ଏହି ପିଢୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରବୋଟିକ୍ସ ଭଳି ଟେକ୍ନୋଲଜି ସହିତ ବିକଶିତ ହେବ। ଏହି ଘଟଣା ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆମ ଦେଶରେ ଏକ ନୂଆ ପିଢୀର ଜନ୍ମ ହୋଇଛି। ଏହି ପିଢୀ ଭାରତର ଭବିଷ୍ୟତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବେ। ଏଇ ପିଲାମାନେ ଦେଶକୁ ନୂଆ ଶିଖରକୁ ନେଇଯିବେ।
ତେବେ ଆସନ୍ତୁ ଜାଣିବା ବିଭିନ୍ନ ପିଢୀ ଓ ସେମାନଙ୍କର ବିଶେଷତା
ବେବି ବୁମର୍ସ (୧୯୪୬-୧୯୬୪): ଏହି ପିଢୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜନ୍ମ ହୋଇଥିଲେ ଯେଉଁମାନେ ଆଧୁନିକତା ଓ ସାମାଜିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ପଛକୁ ଆସିଥିଲା ଜେନେରେସନ ‘ଏକ୍ସ’ (୧୯୬୫-୧୯୮୦) ପିଢୀର ପିଲାମାନେ ବେବି ବୁମର୍ସଙ୍କ ପରେ ଆସିଥିବା ପିଢୀ, ଯେଉଁମାନେ ବିଶ୍ୱର ବୈଷୟିକ (ଟେକ୍ନୋଲଜି) ବିକାଶକୁ ଅତି ନିକଟରୁ ଦେଖିଥିଲେ ଓ ଉପଯୋଗ କରିଥିଲେ।
ମିଲେନିୟଲସ୍ (୧୯୮୧-୧୯୯୬): ଏହି ପିଢୀକୁ ଜେନେରେସନ ‘ୱାଇ’ ବୋଲି ମଧ୍ୟ କୁହାଯାଏ। ଟେକ୍ନୋଲଜି ସହିତ ବଢିଥିବା ଏହି ପିଢୀ ବେଶ୍ ଟେକ୍ ସେଭି ଓ ସାମାଜିକ ବୁଝାମଣା ରଖି ପାରୁଥିବା ପିଢୀ ରୂପେ ଜଣାଯାଏ। ଏହା ପଛକୁ ଆସିଥିଲା ଜେନେରେସନ ‘ଜେଡ୍’(୧୯୯୭-୨୦୦୯) ରେ ପୃଥିବୀକୁ ଆସିଥିବା ପିଢୀର ଜନ୍ମ ଡିଜିଟାଲ ଯୁଗରେ ହୋଇଛି। ଏମାନେ ସ୍ମାର୍ଟ ଫୋନ ସୋସିଆଲ ମିଡିଆ ସହିତ ଖୁବ୍ ପରିଚିତ।
ଜେନେରେସନ ଆଲଫା (୨୦୧୦-୨୦୨୪) ଏହି ପିଢି ଜନ୍ମରୁ ଟକ୍ନୋଲଜି ସହ ପରିଚିତ। ଏମାନେ ଅଧିକ ସ୍ୱତନ୍ତ୍ର ଓ ରଚନାତ୍ମକ ବୋଲି କୁହାଯାଏ। ୨୦୨୫ରେ ଜନ୍ମ ହୋଇଥିବା ଜେନେରେସନ ‘ବିଟା’ ପିଲାଙ୍କ ଏହି ପିଢୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭର୍ଚୁଆଲ ରିଏଲିଟି ସହିତ ବଢିବେ ଓ ଦେଶର ବିକାଶକୁ ଏକ ନୂଆ ଶିଖରକୁ ନେଇଯିବେ।