ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି; ମାସକରେ ସର୍ବାଧିକ

Published By : Prameya-News7 Bureau | November 04, 2023 IST

ନୂଆଦିଲ୍ଲୀ: କିଛିଦିନ ଧରି ହ୍ରାସ ଘଟୁଥିବା ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ମାସକରେ ସର୍ବାଧିକ ୨.୬ ବିଲିଅନ ଡଲାର  ବୃଦ୍ଧି ଘଟି ୫୮୬. ୧୧ ବିଲିଅନ ଆରବ ଡଲାରରେ ପହଞ୍ଚିଛି। ଅକ୍ଟୋବର ୨୭ ତାରିଖ ସୁଦ୍ଧା ଏହି ବୃଦ୍ଧି ହୋଇଛି ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୪ ବିଲିଅନ ଆମେରିକୀୟ ଡଲାର ହ୍ରାସ ହୋଇଥିଲା। ଗତବର୍ଷ ୫ ବିଲିଅନ ଡଲାରକୁରୂପିସ୍‌ରେ ବଦଳ କରାଯାଇଥିଲା। ଏଥିରେ ଭାରତୀୟ ଟଙ୍କା ବିକି ଡଲାର କିଣାଯାଇଥିଲା। ଅକ୍ଟୋବର ୨୩ ତାରିଖରେ ଏହା ମାଚୁଅର ହୋଇଯାଇଥିଲା।

ଆର୍‌ବିଆଇର ଡାଟା ଅନୁସାରେ, ୨୭ ଅକ୍ଟୋବର, ୨୦୨୩ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାରରେ ୨.୫୭୮ ବିଲିୟନ ଡଲାର ବୃଦ୍ଧି ହୋଇ ୫୮୬.୧୧ ବିଲିୟନ ଡଲାରରେ ପହଞ୍ଚିଛି। ବିଦେଶୀ କରେନ୍ସି ଆସେଟ୍ସରେ ମଧ୍ୟ ବୃଦ୍ଧି ଘଟିଛି। ବିଦେଶୀ କରେନ୍ସି ଆସେଟ୍ସ ୨.୩୦୩ ବିଲିୟନ ଡଲାରରେ ବୃଦ୍ଧି ହୋଇ ୫୧୭.୫୦୪ ବିଲିୟନ ଡଲାରରେ ପହଞ୍ଚିଛି।

ସେହିପରି ଚଳିତ ସପ୍ତାହରେ ପୁଣି ଥରେ ଆରବିଆଇର ଗୋଲ୍ଡ ରିଜର୍ଭରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଗୋଲ୍ଡ ରିଜର୍ଭରେ ୪୯୯ ମିଲିୟନ ଡଲାରରେ ବୃଦ୍ଧି ହୋଇ ୪୫.୯୨ ବିଲିୟନ ଡଲାରରେ ପହଞ୍ଚିଛି। ଏସ୍‌ଡିଆର୍‌ରେ ୧୫ ମିଲିୟନ ଡଲାର ହ୍ରାସ ଘଟିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଜମା ହୋଇଥିବା ରିଜର୍ଭ ୨୦୮ ଡଲାର ହ୍ରାସ ସହ  ୪.୭୭ ବିଲିୟନ ଡ଼ଲାରରେ ପହଞ୍ଚି।

ପଢ଼ନ୍ତୁ- ‘ମେଡ୍‌ ଇନ୍‌ ଇଣ୍ଡିଆ’ ଲାପଟପ୍: ୮ ଭାରତୀୟ ନିର୍ମାତାଙ୍କ ସହ ହାତ ମିଳାଇଲା ସବୁଠୁ ବଡ଼ ଚିପ୍ କମ୍ପାନି

ଅନ୍ୟପଟେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨ ପଇସା ସାମାନ୍ୟ ହ୍ରାସ ହୋଇଛି।  କରେନ୍ସି ମାର୍କେଟରେ ଏକ ଆମେରିକୀୟ ଡଲାର ମୂଲ୍ୟ ୮୩.୨୮ ଟଙ୍କାରେ ବନ୍ଦ ହୋଇଯାଇଛି। ଚଳିତ ସପ୍ତାହରେ ଡଲାର ତୁଳନାରେ ମୁଦ୍ରା ସବୁଠାର ଖରାପ ପ୍ରଦର୍ଶନ କରିଥିଲା। ରୁପିସ ସର୍ବନିମ୍ନ ୮୩.୩୩ର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.