ରବିବାରଠୁ ଝାରସୁଗୁଡାରୁ କୋଲକାତା ଉଡିବ ଇଣ୍ଡିଗୋ, ଆସନ୍ତା ୧୫ରେ ବେଙ୍ଗାଲୁରୁକୁ ବିମାନ ସେବା

Published By : Prameya-News7 Bureau | November 05, 2023 IST

ଝାରସୁଗୁଡା ୫।୧୧: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରବିବାର ଠାରୁ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ । ଇଣ୍ଡିଗୋ ବିମାନ ଝାରସୁଗୁଡାରୁ କୋଲକାତା ଉଡାଣ କରିବ । ପ୍ରତିଦିନ ସନ୍ଧ୍ୟା ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚି ୭ଟା ୫୫ ମିନିଟ୍‌ରେ କୋଲକାତା ଯିବ ।

ଏହାପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରୁ ଏଲାଏନ୍ସ ଏୟାରର ବିମାନ କୋଲକାତା ଯାଉଥିବା ବେଳେ ଗତ ୨୯ତାରିଖରୁ ଆସିଥିବା ନୂଆ ସମୟ ସାରଣୀରୁ ବାଦ ପଡିଛି । ସେହିପରି ସ୍ପାଇସ୍ ଜେଟ୍ ନୂଆଦିଲ୍ଲୀ ଯାଉଥିଲା ବେଳେ ଏଲାଏନ୍ସ ଏୟାର ପକ୍ଷରୁ ସପ୍ତାହରେ ୩ଦିନ ଭୁବନେଶ୍ୱର ଚଳାଚଳ କରୁଛି । ଆସନ୍ତା ୧୫ ତାରିଖରୁ ଇଣ୍ଡିଗୋ ପକ୍ଷରୁ ବେଙ୍ଗାଲୁରୁକୁ ସେବା ଆରମ୍ଭ ହେବ ।

You Can Read :

wp:embed {"url":"https://www.prameyanews7.com/new-born-baby-found-from-nilagiri-of-balasore-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-born-baby-found-from-nilagiri-of-balasore-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.