ଟମାଟରର ମୂଲ୍ୟ ହ୍ରାସ ସହ ଦେଶରେ ଶସ୍ତା ହେଲା ସାକାହାରୀ ଓ ଆମିଷ ଥାଳି, ଜାଣନ୍ତୁ କମିଲା କେତେ?

Published By : Prameya-News7 Bureau | October 05, 2023 IST

ନୂଆଦିଲ୍ଲୀ ୫।୧୦: ଟମାଟରର ମୂଲ୍ୟ ହ୍ରାସ ଦେଶରେ ମୁଦ୍ରାସ୍ପତି ହ୍ରାସ କରିଛି। ଟମାଟୋ ମୂଲ୍ୟ ମାସିକ ଆଧାରରେ ୬୨ ପ୍ରତିଶତ ହ୍ରାସ ହୋଇ କେଜି ପିଛା ଦର ଏବେ ୩୯ ଟଙ୍କାକୁ ପହଞ୍ଚିଛି। ଗତ ଅଗଷ୍ଟ ମାସରେ କେଜି ପିଛା ଟମାଟର ଦର ୧୦୦ ଟଙ୍କାରୁ ଅଧିକ ଥିଲା। କେତେକ ସହରରେ ଟମାଟୋ ଦର ୨୫୦ ଟଙ୍କାକୁ ପହଞ୍ଚିଥିଲା। ଏଥିରେ ଟମାଟର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ଉଭୟ ସାକାହାରୀ ଓ ଆମିଷ ଥାଳି ଦର ସେପ୍ଟେମ୍ବରର ମାସିକ ଆଧାରରେ ହ୍ରାସ ହୋଇଛି।

କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସର ଭୋଜନ ଥାଳି ବାବଦ ବ୍ୟୟ ମାସିକ ସଂକେତକରେ ଅଗଷ୍ଟ ତୁଳନାରେ ସାକାହାରୀ ୧୭ ପ୍ରତିଶତ ଓ ଆମିଷ ୯ ପ୍ରତିଶତ ଶସ୍ତା ହୋଇଥିବା ସୂଚିତ କରିଛନ୍ତି। ବଜାରରେ ଟମାଟରର ମୂଲ୍ୟ ହ୍ରାସ ଖାଦ୍ୟ ଥାଳି ମୂଲ୍ୟରେ ସୁଧାର କରିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ବାର୍ଷିକ ଆଧାରରେ ସେପ୍ଟେମ୍ବରରେ ସାକାହାରୀ ଥାଳି ମୂଲ୍ୟରେ ୧ ପ୍ରତିଶତ ହ୍ରାସ ଦେଖାଯାଇଛି। ତେବେ ଗହମ ଓ ପାମ ତେଲର ଉଚ୍ଚ ଦର ଯୋଗୁ ଆମିଷ ଥାଳି ଦରରେ ୦.୬୫ ପ୍ରତିଶତର ମାମୁଲି ବୃଦ୍ଧି ହୋଇଥିବା କୁହାଯାଇଛି।  

{"id":853405,"width":841,"height":552,"sizeSlug":"full","linkDestination":"none"}

ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବରରେ ପିଆଜ ଦର ମାସିକ ଆଧାରରେ ୧୨ ପ୍ରତିଶତ ବଢିଛି ଓ ଏହା ଏହି ଦରରେ ଏବେ ସ୍ଥିର ରହିବ ବୋଲି କୁହାଯାଇଛି। କାରଣ ୨୦୨୩ରେ ଖରିଫ ଉତ୍ପାଦନ ହ୍ରାସ ପାଇବାର ଅନୁମାନ କରାଯାଉଛି। ସାକାହାରୀ ଓ ଆମିଷ ଥାଳି ପ୍ରସ୍ତୁତିରେ ଇନ୍ଧନର ଯୋଗଦାନ ଯଥାକ୍ରମେ ୧୪ ପ୍ରତିଶତ ଓ ୮ ପ୍ରତିଶତ ଥାଏ। ସେପ୍ଟେମ୍ବରରେ ଏଥିରେ ୧୮ ପ୍ରତିଶତ ହ୍ରାସ ହୋଇଛି। କାରଣ ସେପ୍ଟେମ୍ବରରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୧,୧୦୩ ଟଙ୍କାରୁ ହ୍ରାସ ହୋଇ ୯୦୩ ଟଙ୍କା ହୋଇଯାଇଛି।

ବଜାରରେ ଟମାଟରର ଦର ବୃଦ୍ଧି ଯୋଗୁ ଅଗଷ୍ଟରେ ସାକାହାରୀ ଥାଳି ମୂଲ୍ୟରେ ଗତବର୍ଷ ତୁଳନାରେ ୨୪ ପ୍ରତିଶତ ବଢି ଯାଇଥିଲା। ସେହିପରି ଆମିଷ ଥାଳି ଦର ବାର୍ଷିକ ହିସାବରେ ୧୩ ପ୍ରତିଶତ ବଢିଥିଲା। ସାକାହାରୀ ଥାଳିରେ ୨୪ ପ୍ରତିଶତ ବୃଦ୍ଧିରୁ ୨୧ ପ୍ରତିଶତ କେବଳ ଟମାଟୋ ଦର ଯୋଗୁ ବଢିଥିଲା। ରିପୋର୍ଟ ଅନୁସାରେ ଆମିଷ ଥାଳି ଦରବୃଦ୍ଧି ଅପେକ୍ଷାକୃତ କମ୍ ଥିଲା କାରଣ ବ୍ରଏଲର ମୂଲ୍ୟ, ଯାହା ବ୍ୟୟର ୫୦ ପ୍ରତିଶତ ଅଧିକ ବାର୍ଷିକ ଆଧାରରେ ୧ରୁ ୩ ପ୍ରତିଶତ ବୃଦ୍ଧି ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.