ବାପାଙ୍କ ଦୋକାନରେ କାମ କରୁଥିଲେ; ୬୦ଲକ୍ଷରେ ଖୋଲିଲେ ସୁନା ଦୋକାନ, ଏବେ ସେ ୨ବିଲିଅନ୍ ଡଲାରର ମାଲିକ

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ 10/08 : ଛୋଟରୁ ସମସ୍ତେ ବଡ଼ ହୁଅନ୍ତି। ଏଥିପାଇଁ ଦରକାର ଧର୍ଯ୍ୟ। ଏମିତି ଉଦାହରଣ ଆମେ ଅନେକ ଦେଖିଛେ। କଲ୍ୟାଣ ଜୁଏଲର୍ସ ଚେୟାରମ୍ୟାନଙ୍କ କାହାଣୀ ବି ସେମିତି କିଛି। କଲ୍ୟାଣରମନ୍, ମାତ୍ର 12 ବର୍ଷ ବୟସରେ ବାପାଙ୍କ ଦୋକାନରେ କାମ କରୁଥିଲେ। କଲ୍ୟାଣ ରମଣ୍, ଶ୍ରୀ କେରଳ ଭର୍ମା କଲେଜରୁ ସ୍ନାତକ କରିଥିଲେ। ପରେ  1993ରେ 60 ଲକ୍ଷ ଟଙ୍କା ଋଣ ନେଇ ଥ୍ରୀସୁର ସହରରେ କଲ୍ୟାଣ ଜୁଏଲର୍ସର ପ୍ରଥମ ଷ୍ଟୋର ଖୋଲିଥିଲେ । କଲ୍ୟାଣ ଜୁଏଲର୍ସ ବର୍ତ୍ତମାନ ଭାରତର ସବୁଠାରୁ ବଡ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ଏବେ କଲ୍ୟାଣ ଜୁଏଲର୍ସରେ ପାଖାପାଖି 10,000ରୁ ଅଧିକ କର୍ମଚାରୀ ଏବଂ 140 ଶୋ’ରୁମର ରହିଛି ନେଟୱର୍କ।

{"id":829070,"sizeSlug":"full","linkDestination":"none"}

ଆଜିର ଦିନରେ, କଲ୍ୟାଣ ଜୁଏଲର୍ସ ଦକ୍ଷିଣ ଭାରତରେ ସମଗ୍ର ବିଶ୍ୱରେ ଏହାର ବିଶ୍ୱସନୀୟତାର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ସେମାନଙ୍କର ବାର୍ଷିକ ରୋଜଗାର ପାଖାପାଖି  2 ବିଲିୟନ ଡ଼ଲାର। କଲ୍ୟାଣରମଣଙ୍କ ପାଖରେ ଆଜି ଏତେ ଧନ ଅଛି ଯେ, ଯେଉଁଥିପାଇଁ ତାଙ୍କ ଜୀବନଶୈଳୀ କେଉଁ ରାଜା ମହାରାଜାଙ୍କଠୁ କମ୍ ନୁହେଁ।  ତାଙ୍କ ପାଖରେ  ବିଏମଡବ୍ଲୁ,, ରୋଲ୍ସ ରୋଏସ୍ ଭଳି ଅନେକ ବିଳାସପୂର୍ଣ୍ଣ କାର ଅଛି ।  କଲ୍ୟାଣରମଣଙ୍କର ଦୁଇଟି ଏମ୍ବ୍ରାଏର୍ ଫେନୋମ୍ ଜେଟ୍ ଏବଂ ଦୁଇଟି ବେଲ୍ 427 ହେଲିକପ୍ଟରର ମାଲିକ। ଏହା ବ୍ୟତୀତ 13 ସିଟ୍ ବିଶିଷ୍ଟ ଏମ୍ବ୍ରାୟର୍ ଲିଗାସୀ 650 ବିମାନ ମଧ୍ୟ ଅଛି ।

{"id":829072,"sizeSlug":"full","linkDestination":"none"}

କଲ୍ୟାଣାରାମଣଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ବହୁତ ଭିନ୍ନ, ସମସ୍ତ ସୁବିଧା ପାଇବା ପରେ ମଧ୍ୟ ସେ ନିଜ ପିଲାମାନଙ୍କ ସହିତ ଏକାଠି ରୁହନ୍ତି ନାହିଁ । ତିନିଜଣ ସର୍ବଦା ବିଭିନ୍ନ ଦିଗରେ କାମ କରନ୍ତି । ଗୋଟିଏ ଘରେ ରହି ମଧ୍ୟ ତିନିଜଣ ଭିନ୍ନ ଭିନ୍ନ ମହଲାରେ ରୁହନ୍ତି ।  ସେମାନେ ବିଶ୍ୱାସ କରନ୍ତି ଯେ, ତାଙ୍କ ସହ  ଅନେକ ପରିବାରର ଜୀବିକା ଜଡିତ। ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ଏହା ଜଣକ ସହ ଘଟିବ।  ଯେଉଁଠି ଅନ୍ୟ ଜଣେ ଏହି କମ୍ପାନୀକୁ ଆଗକୁ ନେବେ।

{"id":829071,"width":843,"height":579,"sizeSlug":"full","linkDestination":"none"}

ରମଣ ସବୁବେଳେ ଏକ ପ୍ରିନ୍ସପୁଲ ଲାଇଫ୍ ଷ୍ଟାଇଲ୍ ବଞ୍ଚନ୍ତି। ସେ ଯୋଗ ଏବଂ ପ୍ରାର୍ଥନା ସହିତ ସକାଳ 6 ଟାରୁ ଦିନ ଆରମ୍ଭ କରନ୍ତି । ଜଳଖିଆ ଠାରୁ ଆରମ୍ଭ କରି ଘରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ, ସମଗ୍ର ପରିବାର ଏକାଠି ବସିଥା’ନ୍ତି । ଅଫିସକୁ ଆସିବା ପରେ ଘରେ କେହି ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ ।

wp:html /wp:html

ଟି.ଏସ୍ କଲ୍ୟାଣ ରମଣଙ୍କ ପତ୍ନୀ ରାମାଦେବୀ ଜଣେ ଗୃହିଣୀ।  ସେମାନଙ୍କର ତିନି ସନ୍ତାନ। ବଡ ପୁଅ ରାଜେଶ କଲ୍ୟାଣ। ସାନ ପୁଅ ରମେଶ କଲ୍ୟାଣ। ଝିଅ ରାଧିକା ଜଣେ ଗୃହିଣୀ।  ସେ  କାର୍ତ୍ତିକ ଆରଙ୍କୁ ବିବାହ କରିଛନ୍ତି। କଲ୍ୟାଣରମଣ ନିକଟରେ କଲ୍ୟାଣ ଡେଭଲପରର ସ୍ଥାପନା କରିଛନ୍ତି। ଯେଉଁଠି ସେ ଚେୟାରମ୍ୟାନେ ଥିବାବେଳେ ତାଙ୍କ ଜ୍ୱାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ପୁଅ ନିର୍ଦ୍ଦେଶକ ।

Also Read- ଅରବପତି ଜେଜେଙ୍କ କଥା ମାନିଲେ MBA ପାସ୍ ନାତି, ଜୀବିକା ପାଇଁ ବନିଗଲେ ଓ୍ୱେଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.