ମଣିପୁର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଠପ୍; ଜୁନ୍ ୧୦ ପର୍ଯ୍ୟନ୍ତ କଟକଣା ବଢ଼ାଇଲେ ରାଜ୍ୟ ସରକାର

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ: ମଣିପୁରରେ ହିଂସାକୁ ରୋକିବା ପାଇଁ ପ୍ରଶାସନର ପ୍ରୟାସ । ରାଜ୍ୟର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଠପ୍ । ଆସନ୍ତା ଜୁନ ୧୦ ତାରିଖ ଦିନ ୩ଟା ଯାଏଁ ହିଂସା ପ୍ରଭାବିତ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ତତ୍କାଳ ପ୍ରଭାବରୁ ରୋକିବା ମଣିପୁର ସରକାର ୫ଦିନ ପର୍ଯ୍ୟନ୍ତ କଟକଣା ବଢ଼ାଇ ଦେଇଛନ୍ତି ।  

ସୋମବାର ଇମ୍ଫାଲ ଜିଲ୍ଲାର ହଥିୟାରବନ୍ଦରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି । ଦୁଇ ସମୂଦାୟ ମଧ୍ୟରେ ଗୁଳିକାଣ୍ଡ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ସଂଘର୍ଷରେ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଇମ୍ଫାଲର ଏକ ହସ୍ପିଟାଲରେ ଭର୍ତ୍ତି କରିଛି ।  

wp:embed {"url":"https://www.prameyanews7.com/manipur-790-looted-ammunition-arms-recovered-by-security-forces/","type":"wp-embed","providerNameSlug":"prameya-news-7"}
https://www.prameyanews7.com/manipur-790-looted-ammunition-arms-recovered-by-security-forces/
/wp:embed

ମେ’ ୩ ତାରିଖରେ ମଣିପୁରରେ ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିୟନ, ମଣିପୁର ଏଟିଏସୟୁଏମ, ମେଈତି ସମୁଦାୟକୁ ଅନୁସୂଚିତ ଜାତିରେ ସାମିଲ କରିବାକୁ ଦାବିକୁ ବିରୋଧ କରିଥିଲେ । ଯାହାକୁ ନେଇ ମୈଈତି ସମାଜ ଓ କୁକି ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ଏଯାଏଁ ଏହି ହିଂସା ଜାରି ରହିଛି।

wp:embed {"url":"https://www.prameyanews7.com/petrol-at-rs-200-lack-of-essential-drugs-cash-less-atms-life-hobbles-in-violence-hit-manipur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/petrol-at-rs-200-lack-of-essential-drugs-cash-less-atms-life-hobbles-in-violence-hit-manipur/
/wp:embed

ସୂଚନା ଅନୁଯାୟୀ, ହିଂସାରେ ଦୁଇ ସମୁଦାୟର ସର୍ବାଧିକ କ୍ଷତି ହୋଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ମୃତକଙ୍କ ସଂଖ୍ୟା ୯୮ ଛୁଇଁଥିବା ବେଳେ ୩୧୦ଜଣ ହିଂସାରେ ଆହତ ହୋଇଛନ୍ତି । ଉଭୟ ସମୁଦାୟଙ୍କୁ ଘରଦ୍ବାର ଛାଡ଼ିବାକୁ ପଡ଼ିଛି । ଏମାନେ ଦିଲ୍ଲୀ, ଦିସପୁର ଓ ଗୌହାଟୀ ଭଳି ସହରରେ ଶରଣାର୍ଥୀ ହୋଇ ଆଶ୍ରୟ ନେଇଛନ୍ତି।   

ପୂରା ରାଜ୍ୟରେ ହିଂସା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି । ରାଜ୍ୟରେ ଶାନ୍ତି ଫେରାଇ ଆସିବା ପାଇଁ ସେନା ଏବଂ ଆସାମ ରାଇଫଲ ପୋଲିସ ଫୋର୍ସର ପ୍ରାୟ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.