ନୂଆଦିଲ୍ଲୀ ୨୪।୦୩ : ଆରମ୍ଭ ହୋଇଗଲାଣି ଆଇପିଏଲ୍ ୨୦୨୫ । ଜବରଦସ୍ତ କ୍ରେଜ୍ରେ ଫ୍ୟାନ୍ସ । ଆଇପିଏଲ୍ ଫିବରରେ କମ୍ପୁଛନ୍ତି କ୍ରିକେଟ ପ୍ରେମୀ । ଆଇପିଏଲର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ ଖେଳାଯାଇଥିଲା । ଏହାର ଫାଇନାଲ୍ ମ୍ୟାଚ୍ ୨୫ ମେ’ରେ କୋଲକାତାରେ ଖେଳାଯିବ। କିନ୍ତୁ ଜାଣନ୍ତିକି ବର୍ତ୍ତମାନର ଆଇପିଏଲ୍ ଆଇପିଏଲ୍ ସେନସେଶନ୍ ଷ୍ଟାର ପ୍ଲେୟର କେତେ ଶିକ୍ଷିତ ? ଆସନ୍ତୁ ଜାଣିବା କିଛି ପ୍ଲେୟରଙ୍କ ବିଷୟରେ…
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି ବିରାଟ କୋହଲି । ସେ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି । କାରଣ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କ୍ରିକେଟ ଉପରେ ଥିଲା। ସେହିପରି, କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଅଜିଙ୍କ୍ୟ ରାହାଣେ ଡୋମ୍ବିଭାଲିର ଏସଭି ଜୋଶୀ ହାଇସ୍କୁଲରୁ ଦଶମ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଇଶାନ କିଷାନ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଏବଂ ତା'ପରେ ପାଟନା କଲେଜରୁ କମର୍ସରେ ପାଠ ପଢ଼ିଥିଲେ ।
ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଅଭିଷେକ ଶର୍ମା ଅମୃତସରର ଡିପିଏସରୁ ପାଠ ପଢ଼ିଛନ୍ତି । ଏହାପରେ ସେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କ୍ରିକେଟ ଉପରେ ରଖିଥିଲେ । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଯଶସ୍ୱୀ ଜୟସୱାଲ ୟୁପିର BPMG ପବ୍ଲିକ୍ ସ୍କୁଲ ଏବଂ ମୁମ୍ବାଇର ରିଜଭି ସ୍ପ୍ରିଙ୍ଗଫିଲ୍ଡ ହାଇସ୍କୁଲରେ ପାଠ ପଢ଼ିଥିଲେ।