ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା; ଗ୍ବାଲିୟରରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ, ସବୁଠି ବିରୋଧ

Published By : Prameya-News7 Bureau | June 16, 2023 IST

ପୁରୀ ୧୬/୦୬: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଇସ୍କନର ଅବମାନନା । ପୁଣି ଥରେ ଅଦିନିଆ ରଥଯାତ୍ରା ବାହାର କରିବାକୁ ଯାଉଛି ଇସ୍କନ । ଜୁନ୍ ୨୦ ବଦଳରେ ଜୁନ୍ ୨୪ ତାରିଖରେ ମଧ୍ୟପ୍ରଦେଶର ଗ୍ବାଲିୟର ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏନେଇ ଇସ୍କନ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଇସ୍କନର ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ।

{"id":804364,"width":806,"height":1172,"sizeSlug":"large","linkDestination":"none"}

ଇସ୍କନ ପକ୍ଷରୁ ହେବାକୁଥିବା ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ବିଶ୍ଵବ୍ୟାପୀ ରଥଯାତ୍ରା ହେବା ଆବଶ୍ୟକ । କିନ୍ତୁ ଇସ୍କନ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଦେଶ ତଥା ବିଦେଶରେ ରଥଯାତ୍ରା ଆୟୋଜନ କରୁଛନ୍ତି । ବିଶେଷ କରି ବିଦେଶରେ ଶନିବାର ଓ ରବିବାର ଛୁଟି ପଡୁଥିବାରୁ ଉକ୍ତ ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ ଏଭଳି ଅଦିନିଆ ଆୟୋଜନ କରାଯାଉଛି ବୋଲି ଗଜପତି ମହାରାଜ ମତ ରଖିଛନ୍ତି । ଅନ୍ୟପଟେ ଗ୍ୱାଲିୟରରେ ୨୪ରେ ହେବାକୁଥିବା ଅଦିନିଆ ରଥଯାତ୍ରାକୁ ସେବାୟତ ଓ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ ଓ ନିନ୍ଦା କରିଛନ୍ତି । 

wp:html /wp:html

ବିଧି ,ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଅର୍ଥାତ୍ ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଜୁନ୍ ୨୪ରେ ଗ୍ୱାଲିୟରରେ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇବା ପରେ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଘୋର୍ ଅପମାନ । ଇସ୍କନ କର୍ତ୍ତୃପକ୍ଷ ବ୍ୟବସାୟିକ ମନୋବୃତ୍ତି ନେଇ ଏଭଳି ହୀନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ବିଭିନ୍ନ ସମୟରେ ଇସ୍କନ ମନମାନି ଚଳାଇଛି । ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଜଗନ୍ନାଥ ପ୍ରେମୀ ଓ ସେବାୟତ ପ୍ରଶ୍ନ ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.