ଇସ୍ରାଏଲ-ହମାସ ଯୁଦ୍ଧର କୁ ପ୍ରଭାବ: ଭାରତୀୟଙ୍କ କପାଳରେ ପୁଣି ମହଙ୍ଗା ମାଡ଼; ବଢ଼ିପାରେ ଟିଭି, ୱାସିଂମେସିନ ଭଳି ସାମଗ୍ରୀ ମୂଲ୍ୟ

Published By : Prameya-News7 Bureau | October 14, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଥମୁ ନଥିବା ବେଳେ ଇରାନ ଏବଂ ଲେବାନନ୍ ଭଳି ଦେଶ ଏଥିରେ ସାମିଲ୍ ହେବାର ଆଶଙ୍କା ଯୋଗୁ ଭାରତୀୟ ଲୋକଙ୍କୁ ମହଙ୍ଗାମାଡ଼ର ସାମ୍ନା କରିବାକୁ ପଡିପାରେ। କିଛି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି। ଏହି ଯୁଦ୍ଧ ପାଇଁ ବର୍ତ୍ତମାନ ଅନ୍ତର୍ଜତାୟୀ ବଜାରରେ ଗହମ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ଭୟଙ୍କର ଭାବେ ବଢ଼ିଛି।

ଏବେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଯୁଦ୍ଧ ଲାଗି ରହିଥିବାରୁ ବିଶ୍ୱ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ। ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେଲେ ତତ୍‌ ସମ୍ପର୍କିତ ସାମଗ୍ରୀର ମୂଲ୍ୟ ବି ବଢ଼ିବ। ଗତ ସପ୍ତାହରେ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେବାରୁ ଏହାର ମୂଲ୍ୟ ବଢ଼ିଥିଲା। ଶୁକ୍ରବାର ବ୍ରେଣ୍ଟ କ୍ରୁଡ୍ ଅଏଲ୍ ୨ ଡଲାର ବୃଦ୍ଧି ପାଇ ବ୍ୟାରେଲ ପିଛା ପାଖାପାଖି ୮୭ ଡଲାରରେ ପହଞ୍ଚିଛି।

Planning to shop? Panasonic has launched new TVs, washing machines,  refrigerators for you | Home Appliances News

ପଢ଼ନ୍ତୁ-ଆକ୍ସନ ମୁଡ୍‌କୁ ଆସିଲେ ଇସ୍‌ଲାମିକ୍‌ ଦେଶ: OIC ଡାକିଲା ଜରୁରୀ ବୈଠକ, ଏକାଠି ହେବେ ୫୭ ମୁସଲିମ୍‌ ରାଷ୍ଟ୍ର

ଏପଟେ ହମସା ଓ ଇସ୍ରାଏଲ ଯୁଦ୍ଧରେ ଇରାନ ସାମିଲ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।  ଇରାନ ଅଶୋଧିତ ତୈଳର ଏକ ପ୍ରମୁଖ ଉତ୍ପାଦକ। ତେଣୁ ଯଦି ସେ ଯୁଦ୍ଧରେ ଭାଗ ନିଏ ତେବେ ଅଶୋଧିତ ତୈଳ ଦର ଆହୁରି ବୃଦ୍ଧି ପାଇପାରେ। ଯେହେତୁ ସମସ୍ତ ଯୋଗାଣ ବ୍ୟବସ୍ଥା ଇନ୍ଧନ ସହ ଜଡ଼ିତ ତେଣୁ ସବୁ ସାମଗ୍ରୀର ଦର ଆକାଶ ଛୁଆଁ ହୋଇପାରେ।

ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯଦି ଯୁଦ୍ଧ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରି ରହେ ତେବେ ଇନ୍ଧନ ଉପରେ ନିର୍ଭରଶୀଳ ଜିନିଷ ଯଥା ସ୍ମାର୍ଟ ଟିଭି, ୱାସିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଭାରତରେ ଏସବୁ ସାମଗ୍ରୀର ଷ୍ଟକ୍ ରହିଛି। ତେଣୁ ବର୍ତ୍ତମାନ ମୂଲ୍ୟ ବଢ଼ିବ ନାହିଁ ବୋଲି କୁହାଯାଉଛି।

Inflation Rates Across The World: Know Where India Stands With High 7.4%  Pace - News18

ତେବେ ଏହା ପରେ ସାମଗ୍ରୀ ମୂଲ୍ୟ ବଢ଼ିପାରେ। କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବା ଯୋଗୁ ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରେ। ଏମିତିକି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ମଧ୍ୟ ଯୁଦ୍ଧର କୁପ୍ରଭାବ ପଡ଼ିପାରେ। ଏଫ୍ଏମ୍‌ସିଜି ସେକ୍ଟରରେ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇପାରେ। ପୂର୍ବରୁ ଭାରତରେ ଏଫ୍ଏମ୍‌ସିଜି କମ୍ପାନୀଗୁଡିକ କମ୍ ଚାହିଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି।  

ପଢ଼ନ୍ତୁ-ଦିନେ ଭାରତ ଅସୁରକ୍ଷିତ ଲାଗୁଥିଲା; ହେଲେ ଆଜି ମଧ୍ୟପ୍ରାଚ୍ୟର ଯୁଦ୍ଧ ଦେଖି କହୁଛନ୍ତି ମୋ ଭାଗ୍ୟ ଯେ ମୁଁ ଭାରତୀୟ, ମୋଦୀଙ୍କୁ କଲେ ପ୍ରଶଂସା

wp:heading {"level":3}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.