ଇସ୍ରାଏଲର ମହିଳା ସୈନିକଙ୍କୁ ସାଲ୍ୟୁଟ୍: ଦେହରେ ବାଜିଥିଲା ୧୨ଟି ଗୁଳି, ମୃତ୍ୟୁ ସହ ସଂଘର୍ଷ କରି ହେଲେ ବିଜୟୀ

Published By : Prameya-News7 Bureau | December 12, 2023 IST

ନୂଆଦିଲ୍ଲୀ: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଅନେକ ଲଢେଇର କାହାଣୀ ସାମନାକୁ ଆସିଛି। ହେଲେ ଏପରି ଏକ ଯୋଦ୍ଧାର କାହାଣୀ ଶୁଣିବେ ଯାହା ଆପଣଙ୍କୁ ଚକିତ କରିଦେବ। ଜଣେ ଇସ୍ରାଏଲର ମହିଳା ଯୋଦ୍ଧା, ଯିଏ ହମାସ ବିରୋଧରେ ଲଢେଇ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଉପରେ ୧୨ ଥର ଗୁଳିମାଡ଼ ହୋଇଥିଲା, ତଥାପି ମୃତ୍ୟୁ ସହ ସଂଗ୍ରାମ କଲେ ଆଉ ଜିତିଲେ।

ଅକ୍ଟୋବର ୭ ତାରିଖ। ଇସ୍ରାଏଲ ଉପରକୁ ଅନ୍ଧାଧୂନ ରକେଟ୍‌ ମାଡ଼ କଲା ହମାସ। ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ସୀମାନ୍ତରେ ଚାଲୁଥିବା ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ଧସେଇ ପଶିଥିଲେ ହମାସ ଉଗ୍ରବାଦୀ ଗୋଷ୍ଠୀ। ଏହାପରେ ଜଣକୁ ଜଣ କରି ଗାଜାକୁ ଅପହରଣ କରିନେଇଥିଲେ।

ଏହି ସମୟରେ ଭୟକୁ ଖାତିର ନକରି ବିଦ୍ରୋଦୀଙ୍କ ସହ ଲଢେଇ କରିଥିଲେ ଫାଷ୍ଟ ଲେପ୍ଟନାଣ୍ଟ ଏଡେନ୍‌ ରାମ୍। ସେ କହିଛନ୍ତି ଯେ ସେ ଗୋଟିଏ ରୁମ୍‌ରେ ୬ ଜଣ ସାଥୀ ସହ ବନ୍ଦୀ ହୋଇ ରହିଥିଲେ। ଏପରିକି ତାଙ୍କ ଗୋଡ଼ରେ ଗୁଳି ମଧ୍ୟ ବାଜିଥିଲା। ସବୁ ଜାଣି ବି କିଛି ପଦକ୍ଷେପ ନେବା ତାଙ୍କ ପାଇଁ ଅସମ୍ଭବ ଥିଲା।  ତେବେ ଆଇଡିଏଫ ଟ୍ରୁପ୍‌ ପହଞ୍ଚିବା ପହଞ୍ଚିବା ନଯାଏ ତାଙ୍କ ଉପରେ ଗୁଳିମାଡ଼ ହୋଇସାରିଥିଲା।

ହମାସ ଉଗ୍ରବାଦୀ ମୃତ କି ଜୀବିତ ଯାଞ୍ଚ କରୁଥିଲେ। ସେହି ସମୟରେ ଗୁଳିମାଡ଼ରେ ଆଘାତ ହୋଇଥିବା ସହଯୋଗୀଙ୍କୁ ନିଶ୍ୱାସପ୍ରଶାସ ନନେବା ପାଇଁ କହିଥିଲେ। ଅକ୍ଟୋବର ୭ ତାଙ୍କ ପାଇଁ କୌଣସି ହରର୍‌ ମୁଭି ଠାରୁ କମ୍‌ ନଥିଲା ବୋଲି ସେ କହିଛନ୍ତି।

ସେ ଲେଖିଛନ୍ତି ସେଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ମୁଁ ନିଜ ଶରୀରକୁ ହାତ ମାରିଥିଲି। କେଉଁଠି ଗୁଳିମାଡ଼ ହୋଇଛି ଦେଖୁଥିଲି। ସେତେବେଳକୁ ପ୍ରଚୁର ମାତ୍ରାରେ ରକ୍ତସ୍ରାବ ହୋଇଥିଲା। ମୁଁ ଆଉ କେତେ ସମୟ ବଞ୍ଚିବି, ତାହା ଭାବୁଥିଲି। କିଛି  ସମୟ ପରେ ମୋତେ ଉଦ୍ଧାର କରାଗଲା। ମୁଁ ସୋରୋକା ହସ୍ପିଚାଲରେ ଭର୍ତ୍ତି ହେଲି।

ପ୍ରଥମ ୪୮ ଘଣ୍ଟାରେ ୨ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲା। ପରବର୍ତ୍ତୀ ୩ ଦିନ ପରେ ମୋ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲା। ତେବେ ଇସ୍ରାଏଲ ସୈନିକଙ୍କ କାହାଣୀ ଅନେକ ପ୍ରେରଣା ଦେବ ବୋଲି ଆଇଡିଏଫ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.