ବିଶ୍ବ ଦେଖିବ ଭାରତର ଶକ୍ତି, ଇସ୍ରୋ ଆଣିବ ବିଦ୍ୟୁତ ସାଟେଲାଇଟ, ଡିସେମ୍ବରରେ ହୋଇପାରେ ଲଞ୍ଚ

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭/୧୦: ପୁଣି ଇତିହାସ ରଚିବ ଇସ୍ରୋ । ବିଶ୍ବ ଦେଖିବ ଭାରତର ମହାକାଶ ବିଜ୍ଞାନ ଶକ୍ତି । ଡିସେମ୍ବରରେ ଇସ୍ରୋ ଲଞ୍ଚ କରିବ ସ୍ବଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ । ଏହା ସଂପୂର୍ଣ୍ଣ ଭାବରେ ଭାରତରେ ନିର୍ମାଣ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ । ସେହିପରି ୨୦୨୮ରେ ଚନ୍ଦ୍ରଯାନ-୪ ଲଞ୍ଚ ହେବ । ଏହା ପରେ ଜାପାନ ସହ ମିଶି ଚନ୍ଦ୍ରଯାନ-୫ ଲଞ୍ଚ କରିବାକୁ ଯୋଜନା ଥିବା ନେଇ ବଡ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ନେଇ ଲକ୍ଷ୍ୟ ରଖିଛି ଭାରତ । 

 ମହାକାଶ ବାୟୋଟେକ୍ ଗବେଷଣା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ସହ MOU କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ମହାକାଶ ବାୟୋଟେକ୍ନୋଲୋଜି ଗବେଷଣାରେ ସହଯୋଗ ପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ମହାକାଶ ଅଭିଯାନରେ ସବୁଠୁ ବଡ଼ ଆହ୍ବାନ ହେଉଛି ମହାକାଶଚାରୀଙ୍କ ପାଇଁ ପୋଷକ ତତ୍ତ୍ବର ଉପଲବ୍ଧତା, ଖାଦ୍ୟ ସଂରକ୍ଷଣ, ବିକିରଣ ଏବଂ କର୍କଟ, ମୋତିଆବିନ୍ଦୁ, ହାଡ଼, ମାଂସପେଶୀ କ୍ଷୟ ଭଳି ସ୍ବାସ୍ଥ୍ୟ ବିପଦ। ଏହି ସବୁ ସମସ୍ୟାର ସମାଧାନ ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଓ ଇସ୍ରୋ ମିଳିତ ଭାବେ ଗବେଷଣା କରିବେ । ଏହି ଗବେଷଣା ଗଗନଯାନରେ ମହାଶୂନ୍ୟକୁ ଯିବାକୁ ଥିବା ମହାକାଶଚାରୀଙ୍କ ପାଇଁ ସହାୟକ ହେବ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.