ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ : ଜଗନ୍ନାଥ ଧାମ ସେଲ୍ଫି ପଏଣ୍ଟ ଉଠାଇ ନେଲା ପ୍ରଶାସନ

Published By : Prameya-News7 Bureau | May 02, 2025 IST

ଭୋଗରାଇ ୨।୫ପଶ୍ଚିମବଙ୍ଗ ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ । ଦୀଘା ଜଗନ୍ନାଥ ମନ୍ଦିର ନିକଟରୁ ଜଗନ୍ନାଥ ଧାମ ସେଲ୍ଫି ପଏଣ୍ଟକୁ ଉଠାଇ ନେଲା ପ୍ରଶାସନ । ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ଦଇତାପତି ଯୋଗ ଦେବା, ଜଗନ୍ନାଥ ଧାମ ଲେଖିବା ଓ ପଥରମୂର୍ତ୍ତି ନେଇ ବିବାଦ ଦେଖାଦେଇଥିଲା । ଶୁକ୍ରବାର ସେଲ୍ଫି ପଏଣ୍ଟକୁ ଉଠାଇ ନେଇଛି ପ୍ରଶାସନ । 

ସେପଟେ ମନ୍ଦିର ପରିସରରେ ଗ୍ୟାସ୍‌ ଚୁଲାରେ ରୋଷେଇ ହେଉଥିବାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏପରି ବିବାଦ ଦେଖା ଦେଇଥିବା ବେଳେ ପଥର ମୂର୍ତ୍ତି କେମିତି ପୂଜା ପାଉଛନ୍ତି ତାହା ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଉଛି ।

You Can Read:

ପାରିବାରିକ କଳହରୁ ହତ୍ୟାକାଣ୍ଡ, ନାବାଳକ ପୁଅ ମାଡ଼ରେ ବାପା ମୃତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.