ଭଦ୍ରକ ୨୦।୦୪ : ଯାତ୍ରା ମାଲିକ- ଅଭିନେତା ବାପି ପଣ୍ଡା ବିବାଦର ନୂଆ ଟ୍ୱିଷ୍ଟ । ବିବାଦ ବଢିବା ଦେଖି ୟୁଟର୍ଣ୍ଣ ନେଲେ ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜବତ ଜୀବନ ପଣ୍ଡା । ସେ କହିଛନ୍ତି ଯେ, ରାଗ ରୁଷାରେ ସବୁ ହେଉଛି । କଳାକାରଙ୍କ ପାଇଁ ମଧ୍ୟ ଆମେ ଚିନ୍ତିତ । ବାପି ବାବୁଙ୍କୁ ଅନୁରୋଧ ଏବେ ପୁରୁଣା କଥା ଭୁଲିଯାଆନ୍ତୁ, ଆଉ ପୁରୁଣା ସ୍ଥିତିକୁ ଫେରୁଆସନ୍ତୁ । ସମସ୍ତେ ମିଳିମିଶି ପୁଣି ଥରେ କାମ କରିବା ।
ଖବର ଅନୁଯାୟୀ, କିଛି ଦିନ ତଳେ ଯାତ୍ରାରେ ଚାଲିଥିବା ବିବାଦ ସଂପର୍କରେ କଳାକାର ମହାଂସଘ ଉପଦେଷ୍ଟା ବାପି ପଣ୍ଡା କହିଥିଲେ ଯେ, ଯାତ୍ରା କାହାର ପୈତୃକ ସଂପତ୍ତି ନୁହେଁ ଯେ, କଳାକାରଙ୍କୁ ବ୍ୟାନ୍ କରିଦେବେ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ। ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ୍ କରିଦେଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କଲେ କେମିତି। ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ । ଯାହା ପରେ ବାପି ପଣ୍ଡାଙ୍କୁ ଟାର୍ଗେଟ୍ କରିଥିଲେ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତ ଜୀବନ ପଣ୍ଡା । ସେ କହିଥିଲେ ଯେ, ବାପି ପଣ୍ଡା ଭୁଲ୍ ମାଗ, ନହେଲେ ମୁହଁରେ ରଙ୍ଗ ମାରିବା ସ୍ବପ୍ନ ହୋଇଯିବ । ଶେଷରେ ବିବାଦ ବଢିବା ଦେଖି ୟୁଟର୍ଣ୍ଣ ମାରିଛନ୍ତି ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜବତ ଜୀବନ ପଣ୍ଡା । ସେ କହିଛନ୍ତି ଯେ, ରାଗ ରୁଷାରେ ସବୁ ହେଉଛି । କଳାକାରଙ୍କ ପାଇଁ ମଧ୍ୟ ଆମେ ଚିନ୍ତିତ । ବାପି ବାବୁଙ୍କୁ ଅନୁରୋଧ ଏବେ ପୁରୁଣା କଥା ଭୁଲିଯାଆନ୍ତୁ, ଆଉ ପୁରୁଣା ସ୍ଥିତିକୁ ଫେରୁଆସନ୍ତୁ । ସମସ୍ତେ ମିଳିମିଶି ପୁଣି ଥରେ କାମ କରିବା।
ସେପଟେ ଜଗତସିଂହପୁର ଜିଲ୍ଲା ଉତ୍ତର ଶାସନ ଠାରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀ ଷ୍ଟ୍ରାଇକ୍ କରିଛନ୍ତି । ଦୁଇ ମାସ ହେଲା ମାଲିକ ପାରିଶ୍ରମିକ ଦେଉ ନଥିବାରୁ ଷ୍ଟ୍ରାଇକ୍ କରି ୧୦ରୁ ଉର୍ଦ୍ଧ୍ଵ କଳାକାର ଅଟକି ରହିଛନ୍ତି। ଏହି ଘଟଣାକୁ ନେଇ ଜଗତ ଜୀବନ ପଣ୍ଡା କହିଛନ୍ତି ଯେ, ମୁଁ ଭଦ୍ରକ କ୍ୟାମ୍ପରେ ଅଛି। ଘଟଣାକୁ ନେଇ କିଛି ଖବର ନାହିଁ। କଣ ସମସ୍ୟା ହୋଇଛି ମୋତେ ଜଣାନ୍ତୁ। ନ କହିଲେ ଜାଣିବୁ କେମିତ ? ଘଟଣା ବିଷୟରେ ମୋତେ କହିଲେ ମୁଁ ମାଲିକଙ୍କୁ କହି ସମାଧାନ କରିବି।