ଅଟୋକୁ ଧକ୍କା ଦେଇ ହାଇୱା ଫେରାର , ୨ଗୁରୁତର ୬ ଆହତ

Published By : Prameya-News7 Bureau | April 21, 2025 IST

ଆନନ୍ଦପୁର : ଅଟୋକୁ ଧକ୍କାଦେଇ ହାଇୱା ଫେରାର। ଦୁର୍ଘଟଣାରେ ଅଟୋ ଚୁରମାର୍।   ଅଟୋରେ ବସିଥିବା ୨ଯାତ୍ରୀ ଗୁରୁତର ୬ ଆହତ। ୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନାରେ ଘଟିଛି ଦୁର୍ଘଟଣା । ବାରିଗାଁର ଏକ ସ୍ବୟଂସହାୟକ ଗୋଷ୍ଠୀର ୭ଜଣ ମହିଳା ସୋମବାର ମଧ୍ୟାହ୍ନରେ ବ୍ୟାଙ୍କ୍ କାମ ସାରି ଅଟୋ ଯୋଗେ ଫେରୁଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଅଟୋକୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋରେ ଥିଲା ଯେ ଅଟୋଟି ରାସ୍ତା ପାର୍ଶ୍ବକୁ ଛିଟିକି ପଡିଥିଲା। 

ଖବରପାଇ ଘଷିପୁରା ଅଗ୍ନିଶ୍ରମ କର୍ମଚରୀମାନେ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଡ୍ରାଇଭରକୁ ମିଶାଇ ଅଟୋରେ ଥିବା ୮ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ରହିଛନ୍ତି। ତେବେ ଭୁଲ୍ ସାଇଟ୍ ରେ ଅଟୋଟି ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.