ଲୋକଙ୍କ ପାଇଁ ଖୋଲିଲା ଜୟପୁର ରାଜ ପ୍ରସାଦ, ମା’ଙ୍କ ଲାଠି ପୂଜା କଲେ ରାଣୀ

Published By : Prameya-News7 Bureau | October 12, 2024 IST

ଜୟପୁର ୧୨।୧୦: ଦଶହରା ଉପଲକ୍ଷେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଜୟପୁରର ରାଜ ପ୍ରସାଦ । ବିଭିନ୍ନ ଦେବୀ ପୀଠରୁ ପ୍ରତୀକ ଭାବେ ଆସିଥିବା ମା’ଙ୍କ ଲାଠି ପୂଜା କଲେ ରାଣୀ ସାରିକା ଦେବୀ । ଏହା ସହ ଲାଠିଧାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କଲେ ରାଣୀ । ରାଜତନ୍ତ୍ର ସମୟରୁ ତତ୍କାଳୀନ ରାଜ ପରିବାର ଅତି ଧୁମଧାମରେ ଦଶହରା ପାଳନ କରୁଥିଲେ । ତେବେ ରାଜତନ୍ତ୍ର ଲୋପ ପାଇବା ପରେ ଏହି ପରମ୍ପରା ମଧ୍ୟ କିଛି ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା । ତେବେ ଏହାକୁ ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଜୟପୁର ଦଶହରାରେ ସାମିଲ ହେବା ପାଇଁ ପୂଜା କମିଟି ତରଫରୁ ରାଣୀଙ୍କୁ ନିମନ୍ତ୍ରଣ ଦେଇଥିଲେ ଜୟପୁର ବିଧାୟକ । ଆଉ ଆଜି ଜୟପୁର ଓ ଆଖପାଖରୁ ଆସିଥିବା ବିଭିନ୍ନ ଦେବୀ ପୀଠର ଲାଠିକୁ ରାଣୀ ପୂଜାର୍ଚ୍ଚନା କରିଛନ୍ତି । ଆଗକୁ ମଧ୍ୟ ଏପରି ପ୍ରୟାସ ରାଜ ପରିବାର ତରଫରୁ ଜାରି ରହିବ ବୋଲି ରାଣୀ କହିଛନ୍ତି । ସେପଟେ ରାଣୀଙ୍କୁ ଦେଖିବାକୁ ଲାଠିଧାରୀ ଓ ଲୋକଙ୍କ ପ୍ରବଳ ଭିଡ ରାଜ ପ୍ରସାଦ ଭିତରେ ଦେଖିବାକୁ ମିଳିଥିଲା।

You Can Read:

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଯାଇଥିଲେ ୩ ଯୁବକ : ୨ ଜଣ ଉଦ୍ଧାର, ଜଣେ ନିଖୋଜ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.