ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୫ ଜେଇଇ ମେନ୍ ସେସନ-୧ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶ କରିଛି । ଚଳିତ ବର୍ଷ ସେସନ-୧ରେ ପ୍ରାୟ ୧୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି । ଏହା ବାଦ୍ ୨୪ ଆଶାୟୀ ଏଭଳି ଅଛନ୍ତି ଯେଉଁମାନେ ୯୯ରୁ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ୩ ଆଶାୟୀ ୯୮ରୁ ୯୯ ପ୍ରତିଶତ ସ୍କୋର କରିଛନ୍ତି। ସେହିପରି ଜଣେ ଲେଖାଏଁ ପରୀକ୍ଷାର୍ଥୀ ୯୬, ୯୫, ୯୦ ପ୍ରତିଶତ ମାର୍କ ରଖିଛନ୍ତି। ଓଡ଼ିଶାର ନବନୀତ ପ୍ରିୟଦର୍ଶୀଙ୍କୁ ମିଳିଛି ୨୬ ରାଙ୍କ୍।
୧୦୦ ପ୍ରତିଶତ ମାର୍କ ରଖିଥିବା ୧୪ ପରୀକ୍ଷାର୍ଥୀ:
ସୂଚନାଥାଉକି, ସେସନ-୧ ପାଇଁ ୧୩,୧୧, ୫୪୪ ଆଶାୟୀ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ୧୨,୫୮, ୧୩୬ ଆଶାୟୀ ପରୀକ୍ଷା ଦେଇଥିଲାେ। ଜାନୁଆରୀ ୨୨,୨୩,୨୪,୨୮ ଏବଂ ୨୯ରେ ଦୁଇଟି ଶିଫ୍ଟରେ ପେପର-୧ (BE / BTech) ପାଇଁ ପରୀକ୍ଷା ହୋଇଥିଲା। ସେହିଭଳି ପେପର-୨ (BArch / BPlanning) ଅନ୍ତିମ ଦିନ ଅର୍ଥାତ ଜାନୁଆରୀ ୩୦ର ଦ୍ବିତୀୟ ସିଫ୍ଟରେ ହୋଇଥିଲା। ଅବଶ୍ୟ ସେକେଣ୍ଡ ପେପର ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।
ଜେଇଇ ମେନ୍ ପରୀକ୍ଷା୧୩ ଭାଷା (ଆସାମିୟା, ବଙ୍ଗାଳୀ, ଇଂରାଜୀ, ଗୁଜରାଟି, ହିନ୍ଦୀ, କନ୍ନଡ଼, ମଲୟାଲାମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ)ରେ କରାଯାଇଥିଲା। ଏହା ବାଦ୍ ପରୀକ୍ଷା ଭାରତ ବାହାରେ ୧୫ ସହରରେ ମନାମା, ଦୋହା ସିଟି, ଦୁବାଇ, ମସ୍କଟ, ରିୟାଦ, ଶାରଜାହ, ସିଙ୍ଗାପୁା, କୁଏତ, କୁଆଲାଲମପୁର, କାଠମାଣ୍ଡୁ, ଆବୁ ଧାବି, ପଶ୍ଚିମ ଜାଭା, ଓ୍ବାସିଂଟନ, ଲାଗୋସ ଏବଂ ମ୍ୟୁନିଖରେ ମଧ୍ୟ ଆୟୋଜିତ କରାଯାଇଥିଲା। ଶତ ପ୍ରତିଶତ ମାର୍କ ରଖିଥିବା ୧୪ ଜଣକ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ ଭାରତ ବାହରେ ରହୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଜାତୀୟ ସ୍ତରରେ ହେଉଥିବା ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ବର୍ଷକୁ ଦୁଇଥର ଆୟୋଜିତ ହୋଇଥାଏ। ଏହି ପରୀକ୍ଷାରେ ଉତୀର୍ଣ୍ଣ ପରୀକ୍ଷାର୍ଥୀ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ଆବେଦନ କରିପାରିବେ।
ପରୀକ୍ଷାର୍ଥୀ ଚାହିଁଲେ ଗୋଟିଏ ବର୍ଷରେ ଜେଇଇ ମେନ୍ସର ଗୋଟିଏ କିମ୍ବା ଉଭୟ ସେସନରେ ପରୀକ୍ଷା ଦେଇପାରିବେ। ଦୁଇଟି ସେସନ ମଧ୍ୟରୁ ଯେଉଁଥିରେ ପରୀକ୍ଷାର୍ଥୀଙ୍କ ଭଲ ପ୍ରଦର୍ଶନ ରହିଥିବ, ତାହାକୁ ଅଲ ଇଣ୍ଡିଆ ରାଙ୍କ ତାଲିକାରେ ନିଆଯିବ। ୨୦୨୫ ଜେଇଇ ମେନ୍ର ଅଲ୍ ଇଣ୍ଡିଆ ରାଙ୍କ୍ ତାଲିକା ସେସନ-୨ ପରୀକ୍ଷା ପରେ ପ୍ରକାଶ କରାଯିବ । JEE ମେନ୍ସର ସେକେଣ୍ଡ ସେସନ ଏପ୍ରିଲରେ ହେବାକୁ ଥିବାବେଳେ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଚାଲିଛି।