କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର: ୯ଟି ଭାଷାରେ ହେବ ଚାମ୍ପିଅନ୍ସ ଟ୍ରଫିର ସିଧାପ୍ରସାରଣ

Published By : Prameya-News7 Bureau | February 15, 2025 IST

News7

ନୂଆଦିଲ୍ଲୀ: ଫେବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି-2025। ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡା ପ୍ରେମୀ। ୧୯୯୬ ପରଠାରୁ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇଛି ପାକିସ୍ତାନ। କିନ୍ତୁ ଦୁବାଇର କ୍ରିକେଟ୍‌ ଷ୍ଟାଡିୟମରେ ଖେଳିବ ଟିମ୍‌ ଇଣ୍ଡିଆ। ମ୍ୟାଚଗୁଡିକର ଲାଇଭ୍ ଟେଲିକାଷ୍ଟକୁ ନେଇ ଭାରତୀୟ ପ୍ରଶଂସକଙ୍କୁ ବଡ ଉପହାର ଦେଇଛି ICC।

ସମସ୍ତ କ୍ରିକେଟ୍ ପ୍ରେମୀମାନେ ଚାମ୍ପିଅନ୍ସ ଟ୍ରଫିକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ମିନି ବିଶ୍ୱକପ୍ ନାମରେ ଜଣାଶୁଣା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଫେବୃଆରୀ 19ରେ ଖେଳାଯିବ। ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଖେଳାଯିବ। ଏଥିରେ ଭାଗ ନେଉଥିବା ୮ଟି ଦଳ ପ୍ରତ୍ୟେକଙ୍କୁ ୪ଟି ଦୁଇଟି ଭିନ୍ନ ଦଳରେ ବିଭକ୍ତ କରାଯାଇଛି। ଏହି ମ୍ୟାଚ୍ ଗୁଡିକର ଲାଇଭ୍ ଟେଲିକାଷ୍ଟ ବିଷୟରେ ସମସ୍ତ ତଥ୍ୟ କହିବା ସହ ସହିତ ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ଏକ ବଡ ଗିଫ୍ଟ ଦେଇଛି ICC।

ପ୍ରଥମ ଥର ପାଇଁ ଭାରତୀୟ ପ୍ରଶଂସକମାନେ ୯ଟି ଭାଷାରେ ଆନ୍ତର୍ଜାତୀୟ ମ୍ୟାଚର ସିଧାପ୍ରସାରଣ ଉପଭୋଗ କରିପାରିବେ। ଏହି ମ୍ୟାଚଗୁଡିକ ସ୍ପୋର୍ଟସ-19 ଏବଂ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ଭାରତରେ ସିଧା ପ୍ରସାରଣ ହେବ। ଏହା ବ୍ୟତୀତ JioHotstar ଆପରେ ମ୍ୟାଚଗୁଡ଼ିକର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ହେବ ଯେଉଁଥିରେ ପ୍ରଶଂସକମାନେ ଇଂରାଜୀ, ହିନ୍ଦୀ, ମରାଠୀ, ହରିୟାଣୀ, ବଙ୍ଗାଳୀ, ଭୋଜପୁରୀ, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ କମେଣ୍ଟ୍ରିକୁ ଉପଭୋଗ କରିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ମଲ୍ଟି କ୍ୟାମ ଫିଡ୍ର ମଧ୍ୟ ମଜା ନେଇପାରିବେ।

ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ  ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ କିଛି ଖେଳାଳି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳି ଦୁଇଟି ପର୍ଯ୍ୟାୟରେ ଦୁବାଇ ପହଞ୍ଚିବେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ଫେବୃଆରୀ ୨୩ରେ ଖେଳାଯିବ। ଭାରତ ନିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.