ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଧରାପଡିବା ପରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 31, 2024 IST

ରାୟଗଡ଼ା ୩୧।୮: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମାଝୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । 

ସୂଚନାଯୋଗ୍ୟ ଯେ, ଯନ୍ତ୍ରୀ ଜଣଙ୍କ ମାଣ୍ଡିବିସିର ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶନିବାକ ସନ୍ଧ୍ୟାରେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ରାୟଗଡ଼ା ସହରର ରାଣୀଗୁଡା ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଅସୁସ୍ଥ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ । ଭିଜିଲାନ୍ସ ଅତିରିକ୍ତ ଏସପି ଓ ଇନ୍ସପେକ୍ଟର ତରୁଲତା ବେହେରା ଘଟଣାର ତଦନ୍ତ କରୁଛନ୍ତି । ସେ ସୁସ୍ଥ ହେବା ପରେ ଅଧିକ ତଦନ୍ତ କରିବ ଭିଜିଲାନ୍ସ ।

You Can Read:

ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.