ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର ୩୧।୮: ଓଡ଼ିଶା ଉଚ୍ଚନ୍ୟାୟାଳୟରେ ପଡି ରହିଛି ୧,୪୨,୮୫୮ ଗୋଟି ମାମଲା । ବିଗତ ପାଞ୍ଚ ବର୍ଷରେ ମୋଟ୍ ୫୫,୨୦୩ ଗୋଟି ମାମଲା ଫଇସଲା ହୋଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବକେୟା ଥିବା ମାମଲା ଗୁଡିକର ତ୍ବରିତ ସମାଧାନ କରିବା ପାଇଁ ଉଚ୍ଚନ୍ୟାୟାଳୟରେ ବିଚାରପତି ସଂଖ୍ୟାକୁ ବର୍ଦ୍ଧିତ କରାଯିବ ବୋଲି ବିଧାନସଭାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।

ରାଜ୍ୟରେ ୧୯୫ ଗୋଟି ବିଚାରପତି ପଦବୀ ଖାଲି ପଡ଼ିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୫୧ଟି ଜିଲ୍ଲା ଜଜ୍, ୨୧ଟି ସିଭିଲ ଜଜ୍ (ସିନିୟର ଡିଭିଜନ), ୧୦୬ ସିଭିଲ ଜଜ୍ (ଜୁନିୟର ଡିଭିଜନ), ୧୭ଟି ସ୍ବତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଏହିପରି ମୋଟ୍ ୧୯୫ଟି ପଦବୀ ଖାଲି ପଡିଛି ।

ମାନ୍ୟବର ଉଚ୍ଚନ୍ୟାୟାଳୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁସାରେ ଖାଲି ଥିବା ପଦବୀଗୁଡିକର ପୂରଣ ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ବିଧାନସଭାର ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।

You Can Read:

ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଲେ ମେୟର, ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.