ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର

Published By : Prameya-News7 Bureau | April 11, 2024 IST

ଭୁବନେଶ୍ୱର ୧୧।୦୪ : ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ । ବିଜୁ ଜନତା ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳ ସୁପ୍ରିମୋଙ୍କୁ ପଠାଇଲେ ନିଜର ଇସ୍ତଫା ପତ୍ର । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । 

 ଖବର ଅନୁଯାୟୀ, ବିଜେଡିର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଜ୍ୟୋତି ପାଣିଗ୍ରାହୀ । ଏପରିକି ଦଳ ତାଙ୍କୁ ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା । ହେଲେ ଏବେ ସେ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ପୂର୍ବ ପରି ଦଳ ଆଉ ନାହିଁ । ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । 

ସେହିପରି ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଦଳ ଛାଡିଛନ୍ତି । ସେ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ଦଳରେ ଅବହେଳା ଆଉ ଅଣଦେଖା କରାଯାଉଥିଲା । ତେଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛୁ ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.