କାନପୁରରେ ମହିଳାଙ୍କୁ ମାରି ପୋତି ଦେଇଥିଲେ,୪ ମାସ ପରେ ମିଳିଲା କଙ୍କାଳ, ଜିମ୍‌ ଟ୍ରେନର ଗିରଫ

Published By : Prameya-News7 Bureau | October 27, 2024 IST

କାନପୁର ୨୭/୧୦:ପ୍ରଥମେ କିଡନାପ୍‌ । ତା ପରେ ମର୍ଡର । ୨୨ଥର ଦୃଶ୍ୟମ ଫିଲ୍ମ ଦେଖି ମର୍ଡର କରିବାକୁ ପ୍ଲାନ କରିଥିଲା ଅଭିଯୁକ୍ତ । ହତ୍ୟା ପରେ ଜିଲ୍ଲାପାଳଙ୍କ ବାସଭବନ କଂପାଉଣ୍ଡରେ ମୃତଦେହ ପୋତିଦେଇଥିଲା । ୪ ମାସ ପରେ ଅଭିଯୁକ୍ତ ଜିମ ଟ୍ରେନରକୁ ଗିରଫ କରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଉତ୍ତରପ୍ରଦେଶ କାନପୁରରୁ ଆସିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । 

କାନୁପୁର ସିଭିଲ୍‌ ଲାଇନ୍‌ର ବାସିନ୍ଦା ବ୍ୟବସାୟୀ ରାହୁଲ ଗୁପ୍ତା। ଜୁନ୍‌ ୨୪ ତାରିଖ ସକାଳେ ପତ୍ନୀ ଏକତା ଗୁପ୍ତା ଗ୍ରୀନ୍‌ ପାର୍କ ଜିମ୍‌କୁ ଯାଇ ଫେରିନଥିବା ଅଭିଯୋଗ କରିଥିଲେ । ଜିମ୍‌ ଟ୍ରେନର ବିମଲ କୁମାର ଏକତାଙ୍କୁ ଅପହରଣ କରିଥିବା ପୋଲିସକୁ କହିଥିଲେ । ପୋଲିସ ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ୪ ମାସ ପରେ ପୋଲିସ ଅଭିଯୁକ୍ତ ଜିମ୍‌ ଟ୍ରେନ୍‌ର ବିମଲ କୁମାରକୁ ଗିରଫ କରିଛି। ପଚରାଉଚରା ବେଳେ ସେ ଏକତାଙ୍କୁ କେମିତି  ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ତାର ଖୁଲାସା କରିଛି । ସେ ଏକତାଙ୍କ ମୃତଦେହକୁ କାନପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ୪ ଫୁଟ୍‌ ମାଟି ତଳେ ପୋତି ଥିବା ମାନିଛି । ପୋଲିସ ଜିଲ୍ଲାପାଳଙ୍କ ବଙ୍ଗଳାର କମ୍ପାଉଣ୍ଡରେ ଥିବା ବଗିଚା ମାଟି ତଳୁ ଏକତାଙ୍କ କଙ୍କଳା ଉଦ୍ଧାର କରିଛି ।

୪ ମାସ ପୂର୍ବରୁ ଜିମ୍‌ ଟ୍ରେନ୍‌ର ବିମଲ କୁମାର ରାହୁଲଙ୍କ ପତ୍ନୀଙ୍କୁ ଲୋଭ ଦେଖାଇ ଅପହରଣ କରି ନେଇଥିଲା। ଏକତା ଓ ବିମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପୋଲିସ କହିଛି । ଅପହରଣ ଷଡ଼ଯନ୍ତ୍ର ପୂର୍ବରୁ ବିମଲ ବଲିଉଡ଼ ଫିଲ୍ମ 'ଦୃଶ୍ୟମ' ଓ 'ଦୃଶ୍ୟମ-୨'କୁ ୨୨ ଥର ଦେଖିଥିଲା। ଆଉ ହତ୍ୟାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ପରେ ଏକତାଙ୍କୁ ହତ୍ୟା କରି ସୁନା ଅଳଙ୍କର ଓ ନଗଦ ଟଙ୍କା ନେଇ ମୃତଦେହକୁ ଜିଲ୍ଲାପାଳଙ୍କ କଂପାଉଣ୍ଡରେ ପୋତି ଦେଇଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁରା ଘଟଣାର ଛାନ୍‌ଭିନ୍‌ ଚଲାଇଛି ପୋଲିସ । 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.