‘ସାମ୍ ବାହାଦୂର’ ପରେ ମେଘନାଙ୍କ ଅପକମିଂ ଫିଲ୍ମ ‘ଦାଏରା’, କରୀନାଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆୟୁଷ୍ମାନ

Published By : Prameya-News7 Bureau | June 18, 2024 IST

ମୁମ୍ଵାଇ ୧୮।୦୬: ମେଘନା ଗୁଲଜାରଙ୍କ ଶେଷ ରିଲିଜ୍ ଫିଲ୍ମ 'ସାମ୍ ବାହାଦୂର' । ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ରାଜି ପରେ ଭିକି କୌଶଲ ତାଙ୍କ ବାୟୋଗ୍ରାଫିକଲ ୱାର ଡ୍ରାମା ଫିଲ୍ମରେ ଫିଲ୍ଡ ମାର୍ଶଲ ସାମ ମାନେକଶାଙ୍କ ଭୂମିକାରେ ଅଭିନୟ କରିଥିଲେ। ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିବା 'ସାମ୍ ବାହାଦୂର' ରୋଜଗାର ଦୃଷ୍ଟିରୁ ପଛରେ ରହିଯାଇଥିଲେ ମଧ୍ୟ ସମାଲୋଚକମାନେ ଏହି ଚଳଚ୍ଚିତ୍ରରେ ଉଭୟ ଭିକିଙ୍କ ଅଭିନୟ ଏବଂ କାହାଣୀକୁ ପ୍ରଶଂସା କରିଥିଲେ।

ଏହି ଚଳଚ୍ଚିତ୍ର ପରେ ମେଘନା ଗୁଲଜାର ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଦାଏରା' ସହିତ ଆସୁଛନ୍ତି। ଯେଉଁଥିରେ କରୀନା କପୁର ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ମେଘନା ଗୁଲଜାର ହେଉଛନ୍ତି ବଲିଉଡର ଏପରି ଜଣେ ନିର୍ଦ୍ଦେଶକ । ଯିଏ ଭଲ କାହାଣୀ ସହିତ ଅନସ୍କ୍ରିନରେ ଫ୍ରେଶ ଯୋଡି ଆଣିବା ପାଇଁ ପ୍ରସିଦ୍ଧ । ଏବେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଦାଏରା'ରେ ଦର୍ଶକମାନେ ଏହି ଫିଲ୍ମରେ ଏକ ସମ୍ପୂର୍ଣ୍ଣ ନୂଆ ଯୋଡି ଦେଖିବାକୁ ପାଇବେ।

ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଭେଟେରାନ ଅଭିନେତା ଆୟୁଷ୍ମାନ ଖୁରାନା ଦାଏରାରେ କରୀନା କପୁର ଖାନଙ୍କ ସହ ନଜର ଆସିବେ। ଉଭୟ କରୀନା ଏବଂ ଆୟୁଷ୍ମାନ ମେଘନା ଗୁଲଜାରଙ୍କ ଫିଲ୍ମ 'ଦାଏରା'ରେ କାମ କରିବାକୁ ସହମତ ହୋଇଛନ୍ତି ଏବଂ ଏହି ହାଇ ଲେବଲ ଡ୍ରାମା ଚଳଚ୍ଚିତ୍ରର ଅଂଶ ହେବାକୁ ବହୁତ ଆଗ୍ରହୀ ଅଛନ୍ତି। ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଚଳଚ୍ଚିତ୍ର ନିର୍ମାଣ ପାଇଁ ମେଘନା ଗୁଲଜାର ପ୍ରସିଦ୍ଧ । ଫିଲ୍ମ ବିଷୟରେ ନିର୍ମାତାମାନେ ଅଧିକ ଅପଡେଟ୍‌ ସେୟାର କରିନାହାଁନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.