ଭାରତରେ ସବୁଠାରୁ ଅଧିକ ଦରମା ଏହି ମହିଳାଙ୍କୁ ମିଳୁଛି, ଜାଣନ୍ତୁ ଏହା କେଉଁ ଚାକିରି

Published By : Prameya-News7 Bureau | July 27, 2023 IST

ମୁମ୍ଵାଇ ୨୭।୦୭: ଭାରତୀୟ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। କାହିଁକି ନା ମହିଳାମାନେ ପୁରୁଷଙ୍କ ସହ ସମାନ । ସେମାନେ ବି ତାଙ୍କ ଭଳି ଖୁବ୍‌ ଅଧିକ କାର୍ଯ୍ୟ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ କାହାଣୀ ବିଷୟରେ କହିବୁ । ଯିଏ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା। ଗତ ଦଶ ବର୍ଷ ମଧ୍ୟରେ ତାଙ୍କ ସ୍ୱାମୀଙ୍କ ସହ ମୋଟ ୧୫୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହି ମହିଳା ଏତେ ଦକ୍ଷ ଯେ ଆଜି ସାରା ବିଶ୍ୱ ତାଙ୍କୁ ଜାଣନ୍ତି । ତେବେ ଆସନ୍ତୁ ଆଜି ଆପଣଙ୍କୁ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳାଙ୍କ ସହିତ ପରିଚିତ କରାଇବା ।

ମହିଳା ଜଣଙ୍କ ହେଉଛନ୍ତି ସନ୍ ଟିଭି ଗ୍ରୁପ୍ ର ଏକଜ୍ୟୁକେଟିଭ୍‌ ଡାଇରେକଟର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ତାଙ୍କ ନାମ କାବେରୀ କାଲାନିଧି ମାରାନ। କାଭେରୀଙ୍କୁ ଦରମା ନାମରେ ୮୭.୫୦ କୋଟି ଟଙ୍କା ପାଆନ୍ତି । କାବେରୀ ଏବଂ ତାଙ୍କ ସ୍ୱାମୀ ଏକାଠି ଗତ ଦଶ ବର୍ଷ ମଧ୍ୟରେ କେବଳ ବେତନରୁ ପ୍ରାୟ ୧୫୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ତାଙ୍କ ସ୍ୱାମୀଙ୍କ ନାମ କାଲାନିଧି ମାରନ୍। ଏବଂ ତାଙ୍କୁ ମଧ୍ୟ ଏହି ପରି ଦରମା ମିଳେ।

This is how much money India's highest-paid executives make in a year | GQ  India

ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ତାଙ୍କୁ ଏତେ ପଇସା  ହାସଲ କରିବାକୁ କେତେ ଏବଂ କେଉଁ ପାଠ ପଢିଥିବେ ? କହିବାକୁ ଗଲେ ଯେ କାବେରୀ କାଲାନିଧି କେବଳ BA କରିଛନ୍ତି । ବାସ୍ତବରେ, କାବେରୀ  କୁର୍ଗରେ ଜନ୍ମଗ୍ରହଣ କରିଥିଲେ । ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏ କରିଥିଲଏ। ଯେତେବେଳେ ସେ ୧୯୯୧ରେ ପୂର୍ବତନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ମୁରାସୋଲିଙ୍କ ପୁଅ କାଲାନିଧି ମାରାନଙ୍କୁ ବିବାହ କରିଥିଲେ । ସେତେବେଳେ ତାଙ୍କ ଜୀବନ ପୁରାପୁରି ବଦଳି ଯାଇଥିଲା। ତେବେ କାଲାନିଧି ବିବାହ ପୂର୍ବରୁ ସନ୍ ଟିଭି ପ୍ରତିଷ୍ଠା କରିଥିଲେ। କିନ୍ତୁ ଏହି ଗ୍ରୁପ୍‌କୁ ବଢାଇବା ପାଇଁ କାବେରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଜି ଏହା ଦେଶର ସବୁଠୁ ବଡ ଟିଭି ଚ୍ୟାନେଲ ଗ୍ରୁପ୍‌ ମଧ୍ୟରେ ଗଣିତ ହୋଇଛି ।

wp:embed {"url":"https://www.prameyanews7.com/who-is-dev-raturi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-is-dev-raturi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.