କେରଳରେ ଭୁସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର, ସ୍ତ୍ରୀ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 30, 2024 IST

କଟକ: କେରଳ ଓ୍ବାଏନାଡରେ ହୋଇଥିବା ଛାତିଥରା ଭୁସ୍ଖଳନ ଘଟଣା ସାରା ଦେଶର ଲୋକଙ୍କୁ ମର୍ମାହତ କରିଛି। ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ଶତାଧିକ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର ସୋର୍‌ରେ ଚାଲିଛି ରେସକ୍ୟୁ ଅପରେସନ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭୟଙ୍କର ଭୂସ୍ଖଳନରେ ନିଖୋଜ ହୋଇଯାଇଛନ୍ତି ଜଣେ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଉଛନ୍ତି କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡା. ବିଷ୍ଣୁ ପ୍ରସାଦ ଚିନରା । ସେ ହାଇଟେକ୍ ମେଡିକାଲର ମେଡିସିନ ବିଭାଗରେ କାର୍ଯ୍ୟରତ ଥିଲେ। ସେପଟେ ଘଟଣାରେ ଚୌଦ୍ୱାର ଅଞ୍ଚଳ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ପରିବାରଲୋକେ ତାଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

ପରିବାରଲୋକଙ୍କ କହିବା ଅନୁଯାୟୀ, ବିଷ୍ଣୁ ପ୍ରସାଦ ନିଜ ପତ୍ନୀ ଏବଂ ବନ୍ଧୁ ସ୍ବାଧୀନ ପଣ୍ଡାଙ୍କ ସହ କେରଳ ଯାଇଥିଲେ।ସମସ୍ତେ ଓ୍ବାଏନାଡର ଲିନରା ଭିଲାରେ ରହିଥିଲେ। ହେଲେ ଭୁସ୍ଖଳନରେ ସମସ୍ତେ ଶିକାର ହୋଇଥିଲେ।ତେବେ ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ଉଦ୍ଧାର ହୋଇଛନ୍ତି ଜଣାପଡ଼ିଛି।ସେହିଭଳି ସ୍ବାଧୀନ ପଣ୍ଡା ମଧ୍ୟ ନିଖୋଜ ଅଛନ୍ତି।ଅବଶ୍ୟ ସ୍ବାଧୀନଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ବିଷ୍ଣୁ ପ୍ରସାଦଙ୍କ ପରିବାର ଲୋକେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.