ଖଣ୍ଡପଡା NACର ବିରୋଧୀ କାଉନସିଲରଙ୍କ ବୟାନ, ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିବେଦନ

Published By : Prameya-News7 Bureau | September 15, 2024 IST

ଖଣ୍ଡପଡା ୧୫।୯: ଆଉ ଦିନ କେଇଟା ପରେ ଖଣ୍ଡପଡା ଏନଏସିରେ ଅନାସ୍ଥା ଭୋଟ୍ ହେବାକୁ ଯାଉଥିବା ବେଳେ ଜଣେ ବିରୋଧୀ କାଉନସିଲରଙ୍କ ବୟାନ ହଟଚମଟ ସୃଷ୍ଟି କରିଛି । ଏନଏସିର ୧୩ ନମ୍ବର ୱାର୍ଡର କାଉନସିଲର ପିଙ୍କି ସାହୁ ଅଧକ୍ଷାଙ୍କୁ ବିରୋଧ କରି ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ତେବେ ପିଙ୍କି କୌଣସି ଏକ ଅଜ୍ଞାତବାସରେ ରହୁଥିବା ବେଳେ ତାଙ୍କୁ ଶାସକ ଦଳ ତରଫରୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି । ତାଙ୍କୁ କୌଣସି ଅପହରଣ କରାଯାଇ ନଥିବା ଆଗରୁ ପୋଲିସ ସ୍ୱୀକାର କରିଥିଲେ ମଧ୍ୟ ପୋଲିସ ତାଙ୍କୁ ବିନା କାରଣରେ ହଇରାଣ କରୁଥିବା ନେଇ ପିଙ୍କି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତେବେ ଏହି ତମାମ ଅଭିଯୋଗକୁ ନେଇ ପିଙ୍କି ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ କରିଥିବା ବେଳେ ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିବେଦନ କରିଛନ୍ତି ।

You Can Read:

ଆଇଟିସି କ୍ୟାସିୟର ହତ୍ୟାକାଣ୍ଡର ୩ଦିନ ପରେ ୨ ଅଟକ, ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.