ଆଇଟିସି କ୍ୟାସିୟର ହତ୍ୟାକାଣ୍ଡର ୩ଦିନ ପରେ ୨ ଅଟକ, ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର

Published By : Prameya-News7 Bureau | September 15, 2024 IST

ସାଲେପୁର ୧୫।୯: କଟକ ଜିଲ୍ଲା ସାଲେପୁରରେ ଥିବା ଆଇଟିସି ଘରୋଇ କମ୍ପାନୀ କ୍ୟାସିୟର  ବିଶ୍ଵଜିତ ମହାନ୍ତିଙ୍କ ହତ୍ୟାକାଣ୍ଡରେ ଦୁଇ ଅଟକ । ହତ୍ୟାକାଣ୍ଡର ୩ ଦିନ ପରେ ସାଲେପୁର ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ଦେଲେ ଅତିରିକ୍ତ ଗ୍ରାମଞ୍ଚଳ ଏସ୍‌ପି । 

ସୂଚନାଯୋଗ୍ୟ ଯେ, ବିଶ୍ଵଜିତ ମହାନ୍ତି ସାଲେପୁରର ଆଇଟିସି ଘରୋଇ କମ୍ପାନୀରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୨୪ ସେପ୍ଟେମ୍ବର ୧୧ ତାରିଖରୁ ନିଖୋଜ ଥିଲେ । ପରବର୍ତ୍ତୀ ଅବସ୍ଥାରେ କ୍ଷତବିକ୍ଷେତ ଅବସ୍ଥାରେ ନିଶ୍ଚିନ୍ତକୋଇଲି ୮ ନମ୍ବର କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ସାଲେପୁର  ପୋଲିସର ତଦନ୍ତ ଚଳାଇ ୨ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଏପଟେ ଆଇଟିସି ଘରୋଇ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରକୁ  ଆଣି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା  ସୂଚନା ମିଳିଛି ।

You Can Read:

ଫୁଲୁଛି ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.