ଜୁଲାଇ ୨୩ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 23, 2024 IST

ମେଷ-  ସର୍ବ କାର୍ଯ୍ୟ ସଫଳ ହେବ। ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ  ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ । କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।

ବୃଷ- ପରିଶ୍ରମ ସାମାନ୍ୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଆଳସ୍ୟ ଅନୁଭବ କରିବେ । କିଛି ଭୁଲ ନିଷ୍ପତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। 

ମିଥୁନ- ଭଗବତ ସେବାରେ ମନୋନିବେଶ କରିବେ । ମନରେ ବିଶାଦ ସୃଷ୍ଟି ହୋଇପାରେ। ଚିନ୍ତାକୁ  ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କର୍କଟ- ସୁଖ ହାନି ଘଟିବ । ଅଙ୍ଗରେ ସମସ୍ୟା ଦେଖା ଦେବ। ଆବଶ୍ୟକତା ଠାରୁ  ବ୍ୟୟ ଅଧିକ ହେବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ ।

ସିଂହ- ଅଧିକ ଆୟର ଯୋଗ ରହିଛି। ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

କନ୍ୟା- ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ ।

ତୁଳା- ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ସମସ୍ୟା ଲାଗି ରହିବ । କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅନ୍ତୁ ନାହିଁ । 

ବିଛା - ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ । ମାନହାନି ହେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ- ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ। ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମକର- କାର୍ଯ୍ୟରେ ହାନି ଘଟିବ । ଆର୍ଥିକ ସମସ୍ୟା ଦେଖାଦେଇପାରେ। ପାରିବାରିକ ଜୀବନ ମଧ୍ୟମ ରହିବ।   ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ପରିଶ୍ରମ ଅଧିକ ହେବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ- କୁମ୍ଭ ରାଶିକୁ ଶ୍ରୀ ଚନ୍ଦ୍ର। ପରିଶ୍ରମର ଫଳ ପ୍ରାପ୍ତି ହେବ । ଉଚ୍ଚ ସମ୍ମାନ ଲାଭ କରିବେ ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ ।

ମୀନ- ରାଶିକୁ ଘାତ ଚନ୍ଦ୍ର। ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଦୁର୍ବଳ ହେବ । ଅଙ୍ଗରେ ଆହତ ଲାଗିପାରେ ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.