ଜୁନ୍ ୧୫ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ

Published By : Prameya-News7 Bureau | June 15, 2024 IST

ମେଷ- ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ ।

ବୃଷ- ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ । ଦମ୍ପତିମାନଙ୍କର ଦୂର ଯାତ୍ରାର ଯୋଗ ରହିଛି ।

ମିଥୁନ- ଦିନଟି ଆଶାନୁରୂପ ଫଳ ଦେବ ନାହିଁ । ଚାକିରି କ୍ଷେତ୍ରରେ ମାନହାନି ହୋଇପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଛାତ୍ର ଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ । କିଛି ଖୁସି ଖବର ମିଳିବ । ଯାନ ବାହାନରେ ସାତର୍କତା ନିହାତି ଆବଶ୍ୟକ ।

କର୍କଟ- ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।

ସିଂହ- ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ ତେଣୁ ଅଟକି ଥିବା ଧନ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗି ରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ ।

କନ୍ୟା- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ ।

ତୁଳା- ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜୀବିତ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟୟର ପରିମାଣ ଅଧିକ ରହିବ ।

ବିଛା- ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ଧନୁ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେରେ ଧନ ପ୍ରାପ୍ତିର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।

ମକର- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ଭ୍ରମଣର ଯୋଗ ରହିଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

କୁମ୍ଭ - ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରିପାରନ୍ତି । କୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମାଲିମକୋଦ୍ଦମାରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀମାନେ ପ୍ରଗତି କରିବେ ।

ମୀନ- ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ । ଦୂର ଯାତ୍ରା କରିବେ । ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.