ତାମିଲନାଡୁରେ ବିଷାକ୍ତ ମଦ ପିଇ ୩୩ ମୃତ, ୬୦ ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧।୦୬; ତାମିଲନାଡୁର କଲାକୁରିଚିରେ ମଦ ପିଇ ୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏତିକି ହିଁ ନୁହେଁ ୬୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ୍ ରବି ଦୁଃଖ ପ୍ରକାଶ କରିଛନ୍ତି। କଲାକୁରିଚି ଜିଲ୍ଲା କଲେକ୍ଟର ଏମଏସ ପ୍ରଶାନ୍ତ ଜିଲ୍ଲାର ସରକାରୀ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଲାକୁରିଚିରେ ମିଶାମିଶି ମଦ ପିଇବା କାରଣରୁ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ। ଏହି ଦୁର୍ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ମଧ୍ୟ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, କେ.କନ୍ନୁକଟି ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯେଉଁଥିରୁ ୨୦୦ ଲିଟର ବିଷାକ୍ତ ମଦ ମିଳିଥିଲା। ଏହି ମଦରେ ମିଥାନୋଲ ମିଶ୍ରିତ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଷ୍ଟାଲିନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନୁସନ୍ଧାନର ଦାୟିତ୍ଵ CB-CID କୁ ହସ୍ତାନ୍ତର କରାଯାଇଛି । କଲାକୁରିଚି ଜିଲ୍ଲାର ପୋଲିସ୍ ସମେତ ନଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତେ ସେମାନଙ୍କ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.