ମେଷ - ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ଆପଣଙ୍କ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।ବ୍ୟବସାୟରେ ଭଲ ହେବ । କିନ୍ତୁ ସେହି ଅନୁଯାୟୀ ଲାଭ ପାଇଁ କମ୍ ସୁଯୋଗ ହୋଇପାରେ । ଆଶା କରାଯାଉଥିବା ଠାରୁ ସଫଳତା ପାଇବାର କମ୍ ସମ୍ଭାବନା ଅଛି ।
ବୃଷ - ମନରେ ଅନ୍ୟ ପ୍ରତି ଈର୍ଷାଭାବ ସୃଷ୍ଟି ହେବାର ସମ୍ଭାବନା ଅଛି । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।
ମିଥୁନ - ଦିନଟି ଏତେ ଭଲ ଫଳ ପ୍ରଦାନ କରିବା ନାହିଁ । ମନ ଅସ୍ଥିର ରହିବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ, ଆପଣ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ ହୋଇପାରିବେ।
କର୍କଟ - ଆଳସ୍ୟ ଯୋଗୁଁ ଅସୁବିଧାରେ ପଡ଼ି ପାରନ୍ତି । ମନରେ ଉତ୍ଥାନ-ପତନ ଲାଗି ରହିବ ଜୀବନ ସାଥୀଙ୍କ ସମର୍ଥନ ପାଇବେ । ବ୍ୟବସାୟରେ ଅସୁବିଧା ହୋଇପାରେ, ଛାତ୍ର ଛାତ୍ରୀ ମାନେ ଉନ୍ନତିର ମାର୍ଗ ପ୍ରାପ୍ତି କରିବେ ।
ସିଂହ - ଶ୍ରୀ ଚନ୍ଦ୍ର ରହିଥିବାରୁ ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ଯୋଗ ରହିଛି । ପ୍ରଭାବଶାଳୀ ହେବେ । ବିଦ୍ୟାର୍ଥୀ ଲାଭବାନ ହେବ ।
କନ୍ୟା - ସୁଖ ହାନୀ ହେବାର ଯୋଗ ରହିଛି । ବନ୍ଧୁଙ୍କଠାରୁ ଏକ ନୂତନ ବ୍ୟବସାୟ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ଲାଭ ପାଇଁ ସୁଯୋଗ ମିଳିପାରିବ ଭ୍ରମଣ ଯୋଗ ରହିଛି । ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମ କ୍ଷେତ୍ରରେ ସାମାନ୍ୟ ଜଞ୍ଜାଳ ଦେଖା ଦେବ ।
ତୁଳା - ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମନରେ ଆତ୍ମ ସନ୍ତୋଷ ଲାଗି ରହିବ । ଆସନ୍ତାକାଲି ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।
ବିଛା - ମନରେ ବିଷାଦରର ଭାବ ସୃଷ୍ଟି ହେବ । ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆସନ୍ତାକାଲି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦାମାର ଅନ୍ତ ଘଟିବ।
ଧନୁ - ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।
ମକର - ସର୍ବ କାର୍ଯ୍ୟ ସିଦ୍ଧି ହେବ । କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ ।ବ୍ୟବସାୟରେ ଆୟ ବ୍ୟୟ ସମାନ ହେବ ।
କୁମ୍ଭ - ଏହାର ଅର୍ଥ ଶୁକ୍ରବାର କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ। ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଭାଗ୍ୟ ସାଥ ଦେବ ।
ମୀନ - ବନ୍ଧୁଙ୍କ ସହ କିଛଦିନ ବିଶେଷ ଆଲୋଚନାରେ ଦିନରେ କଟିବ । ଦାମ୍ପତ୍ୟ ଜୀବନରେ ସୁଖ ସମାଚାର ମିଳିବ । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ । ବିଦ୍ୟାର୍ଥୀ ଲାଭବାନ ହେବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ