ଜୁନ୍୧୪ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ

Published By : Prameya-News7 Bureau | June 14, 2024 IST

ମେଷ – ଆସନ୍ତାକାଲି ମେଷ ରାଶି ପାଇଁ  ଷଷ୍ଠ ଚନ୍ଦ୍ର । ଦିନଟି ରେ ବହୁତ୍ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ବୃଷ - ବୃଷ ରାଶି ପାଇଁ ଶୁକ୍ରବାର ଘାତ ଚନ୍ଦ୍ର ଯୋଗୁଁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।  ପରିଶ୍ରମ ଅଧିକ ହେବ । 

ମିଥୁନ - ଦିନଟି ଆଶାନୁରୂପ ଫଳ ଦେବ ନାହିଁ  ।ଚାକିରି କ୍ଷେତ୍ରରେ ମନ ହାନି ହୋଇପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ ।କିଛି ଖୁସି ଖବର ମିଳିବ।ଯାନ ବାହାନରେ ସତର୍କତା ନିହାତି ଆବଶ୍ୟକ ।

କର୍କଟ - ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ  ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନ କୁ ଭ୍ରମଣରେ ଯାଇ ପାରନ୍ତି । ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ  ପୁଣି ଆରମ୍ଭ ହେବ ।

ସିଂହ - ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ  ତେଣୁ ଅଟକି ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ ।

କନ୍ୟା - ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ୍ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ ।

ତୁଳା - ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ଆଶା ଉଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ବ୍ୟୟର ପରିମାଣ ଅଧିକ ରହିବ ।

ବିଛା - ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ଧନୁ - ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ ।ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେରେ ଧନ ପ୍ରାପ୍ତି ର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ।

ମକର - ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ଭ୍ରମଣର ଯୋଗ ରହିଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

କୁମ୍ଭ - ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରି ପାରନ୍ତି । ଯେ କୌଣସି କ୍ଷେତ୍ର ରୁ ଶିବ ସମାଚାର ମିଳିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମାଲି ମକୋଦମାରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ ।

ମୀନ - ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଦୂର ଯାତ୍ରା କରିବେ । ଗୃହ ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.