ମେଷ- ସମୟ ଟିକେ ଦୁର୍ବଳ ହେବ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟରେ ହ୍ରାସ ହୋଇପାରେ ତଥାପି ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମରେ ଆସିବ।
ବୃଷ- ଦିନଟି ସ୍ୱାଭାବିକ ହେବ। ଉତ୍ତମ ସ୍ୱାସ୍ଥ୍ୟ ହେତୁ ମନ ଖୁସି ହେବ, କିନ୍ତୁ ଖର୍ଚ୍ଚ ଅଧିକ ହେବ। ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଦିନଟି ଦୁର୍ବଳ ହେବ। ପ୍ରେମ ଜୀବନ ଆକର୍ଷଣୀୟ ରହିବ।
ମିଥୁନ- ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ। ଛାତ୍ରମାନଙ୍କ ପାଇଁ ଅନୁକୂଳ ଦିନ ହେବ। ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚିନ୍ତା କରିବେ। କିଛି ଆୟର ଉତ୍ସ ମିଳିବ। ବନ୍ଧୁ ମିଳନର ଯୋଗ ରହିଛି ।
କର୍କଟ- କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି, ନିଜ କାର୍ଯ୍ୟରେ ଧ୍ୟାନ ଦେବାକୁ ସମର୍ଥ ହେବେ। ବ୍ୟବସାୟରେ ଲାଭଜନକ କାରବାର ହାତରେ ରହିବ। ଜୀବନସାଥୀ ଏବଂ ପରିବାର ସହିତ ସମୟ ବିତାଇବେ। ଚାକିରିରେ ସମ୍ମାନ ବୃଦ୍ଧି ପାଇବ ।
ସିଂହ- ଦିନଟି ଏତେ ଭଲ ରହିବ ନାହିଁ । ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ। ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ଦୁର୍ବଳ ମନେ କରିବେ। କାର୍ଯ୍ୟ ସହିତ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବାକୁ ସମୟ ଲାଗିବ। ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ ।
କନ୍ୟା- ଆଶା କରିଥିବା ବ୍ୟକ୍ତିଙ୍କଠାରୁ ଅଧିକ ଲାଭ ପାଇବେ । କୌଣସି ଘରୋଇ କାର୍ଯ୍ୟ ସମାପ୍ତ କରିବାରେ ଗୁରୁଜନଙ୍କ ମତ ଆପଣଙ୍କ ପାଇଁ ପ୍ରଭାବଶାଳୀ ହେବ। ଏହି ରାଶିର ପ୍ରେମୀ ଯୁଗଳଙ୍କ ପାଇଁ ଏକ ବିଶେଷ ଦିନ ।
ତୁଳା- କୌଣସି ଭୁଲ ପଦକ୍ଷେପ ନିଅ ନାହିଁ । ଟଙ୍କା ଚିନ୍ତା ଶେଷ ହେବ । ବ୍ୟବସାୟ କ୍ଷେତ୍ରରେ ବହୁତ ଅଗ୍ରଗତି ହେବ । ସିନେମା ଏବଂ ମିଡିଆ ସହ ଜଡ଼ିତ କ୍ଷେତ୍ରର ଲୋକମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ପର୍ଯ୍ୟାପ୍ତ ପରିଶ୍ରମ କରିବେ ।
ବିଛା- ମନରେ ଉଦବେଗ ପ୍ରକାଶ ପାଇବ। ଆର୍ଥିକ ସ୍ଥିତି ପ୍ରଭାବଶାଳୀ ରହିବ ନାହିଁ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ଅଧିକାଂଶ ସମୟ ବିତାଇବେ। ଆପଣଙ୍କୁ ଅତି ଯତ୍ନର ସହିତ ଏବଂ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ ।
ଧନୁ- ପିତାମାତାଙ୍କ ସହ ଭ୍ରମଣରେ ଯିବେ। ପର୍ଯ୍ୟଟନ ସହିତ ଜଡ଼ିତ ବ୍ୟକ୍ତିଙ୍କର ଆୟ ବୃଦ୍ଧି ପାଇବ। ପରିବାରରେ କିଛି ବଡ଼ କାମର ପୁନଃଆରମ୍ଭ କରିବେ। ବିଦ୍ୟାର୍ଥୀ ଉପଯୋଗୀ ହେବେ ।
ମକର- ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ | ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡ଼ିତ ଲୋକମାନେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିବେ। ପିତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହୋଇପାରେ ।
କୁମ୍ଭ- କେହି ଅତି ପ୍ରିୟ ବ୍ୟକ୍ତି ଆପଣଙ୍କ ଘରକୁ ଆସିପାରନ୍ତି । ଦିନସାରା ନିଜ କର୍ମରେ ବ୍ୟସ୍ତ ରହିବେ। ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ କ୍ଷତି ହୋଇପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପାଦନ ହେବ ।
ମୀନ- କର୍ମକ୍ଷେତ୍ରରେ ଭଲ କାମ କରିବେ। ଆପଣ କିଛି ସାମାଜିକ କାର୍ଯ୍ୟରେ ଜଡ଼ିତ ହେବାର ସୁଯୋଗ ପାଇବେ। ଆପଣ କଠିନ ପରିଶ୍ରମରେ ସଫଳତା ପାଇବେ। ବନ୍ଧୁମାନଙ୍କର ସପୂର୍ଣ୍ଣ ସହଯୋଗ ପାଇବେ । ସର୍ବଦା କର୍ମ ଚଞ୍ଚଳ ରହିବେ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682