ଜୁଲାଇ ୨୪ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 24, 2024 IST

ମେଷ- ଆଦର ସମ୍ମାନ ମିଳିବ। ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ। ସମୟ କଠିନ, ରହିବ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ । ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତା ଧାରାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।

ବୃଷ- ଦଶମ ଚନ୍ଦ୍ର ରହିଥିବାରୁ ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ  ବିବାହିତ ଜୀବନ ଖୁସି ହେବ। ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ ଅନୁଭବ କରିବେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ ।

ମିଥୁନ- ମିଥୁନ ରାଶି ପାଇଁ ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ। ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ଯାନ ବାହନରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।

କର୍କଟ- ଆଳସ୍ୟର ବଶବର୍ତ୍ତୀ ହେବ। ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ । ଶରୀର ପୀଡ଼ା ପରି ସମସ୍ୟା, ଆଣ୍ଠୁ ଗଣ୍ଠିରେ ସମସ୍ୟା ହୋଇପାରେ । ଆୟ ସଠିକ ରହିବ। ବିଦ୍ୟାର୍ଥୀମାନେ କର୍ମଠ ହେବ ।

ସିଂହ- ମନ ପ୍ରସନ୍ନ ରହିବ । କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

କନ୍ୟା- କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଆପଣ ସମସ୍ତଙ୍କ ପାଖରେ ଆପଣଙ୍କର ଯୋଜନା ପ୍ରକାଶ କରିବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।

ତୁଳା- ସୃଜନଶୀଳତା ଶିଖରରେ ରହିବ । ତଥାପି ମାନସିକ ଅଶାନ୍ତି ହୋଇପାରେ। ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ । ଏକ ବ୍ୟବସାୟ ପ୍ରସଙ୍ଗରେ, ଆପଣ କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।

ବିଛା- କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ଅଟକିଥିବା କାର୍ଯ୍ୟ ସମାପ୍ତ ହେବ । ଘରେ ହଠାତ୍ ଜଣେ ବନ୍ଧୁଙ୍କ ଆଗମନ ହୋଇପାରେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଏକ ସାଧାରଣ ଦିନ ହେବ । ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବାର ସମ୍ଭାବନା ଅଛି ।

ଧନୁ- ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆର୍ଥିକ ପରିସ୍ଥିତି ଦ୍ରୁତ ଗତିରେ ଦୃଢ଼ ହେବ । ଭାବପ୍ରବଣତା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ହୋଲସେଲ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। ପରିବାର ସହିତ ସମୟ ବିତାଇ ମନ ଖୁସି ହେବ।

ମକର- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ   ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

କୁମ୍ଭ- କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ । ଆପଣ କିଛି କାର୍ଯ୍ୟ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ। ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି । ଅଫିସରେ କୌଣସି ଜଟିଳ ବିଷୟର ସମାଧାନ ହେବ। 

ମୀ- କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଭ୍ରମଣରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କୁ କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିବ ।ଆପଣ କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.