ନିଷିଦ୍ଧାଞ୍ଚଳରେ କୋକେନ୍ ଜବତ ଘଟଣା, ଚତୁର୍ଥ ଦିନରେ ନାର୍କୋଟିକ ଟିମ୍‌ର ଛାନ୍‌ଭିନ୍

Published By : Prameya-News7 Bureau | December 04, 2023 IST

ଜଗତସିଂହପୁର ୦୪/୧୨: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ୨୨୦କୋଟି ଟଙ୍କାର ଜବତ ହୋଇଥିବା କୋକେନକୁ ନେଇ ଚାଲିଥିବା ତଦନ୍ତ ଆଜି ଚତୁର୍ଥ ଦିନରେ ପହଁଚିଛି । ଦିଲ୍ଲୀର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ଦୁଇଜଣିଆ ତଦନ୍ତକାରୀ ଦଳ ପାରାଦୀପ ରେ ପହଂଚି ଜାହାଜର ପ୍ରତେକ କ୍ରିୟୁ ମେମ୍ବରମାନଙ୍କୁ ପଚରା ଉଚରା କରୁଥିବା ବେଳେ ଭାଷା ଗତ ସମସ୍ୟା ଯୋଗୁ ତଦନ୍ତରେ କିଛି ପରିମାଣରେ ସମସ୍ୟା ଉପଜିଥିବାର ସୂଚନା ମିଳିଛି ।

ଜାହାଜରେ ଥିବା କ୍ରିୟୁ ମେମ୍ବର ମାନେ ଭିଏତନାମାର ହୋଇଥିବାରୁ ସେମାନଙ୍କ ସହ କଥା ହେବାକୁ ଟ୍ରାନ୍ସଲେଟର ସହାୟତା ନିଆଯିବ ବୋଲି ଜଣାଯାଇଛି । ଜବତ ହୋଇଥିବା ସମସ୍ତ କୋକେନ୍ ଗତ କାଲି କଡା ସୁରକ୍ଷା ଭିତରେ କଷ୍ଟମ ବିଭାଗ ଅଧିନକୁ ନିଆଯାଇଛି । ଏତେ ପରିମାଣର କୋକେନ କିଏ କେଉଁଠୁ ଆଣିଥିଲା ଓ କେଉଠିକୁ ଯାଇଥାନ୍ତା । ଓଡିଶା ମଧ୍ୟରେ ପ୍ରବେଶ କରିଥାନ୍ତା କି ନାହିଁ ଏସବୁ ଘଟଣାର ଟିକିନିଖି ତଦନ୍ତ ଚାଲିଥିବା ବେଳେ ଜାହାଜ ଭିତରୁ ଜଣେ ଯୁବକ କିଛି ପ୍ୟାକେଟ ଅଣ୍ଟାରେ ଜାକି ବାହାରକୁ ଆସୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଅନେକ ସନ୍ଦେହକୁ ଘନୀଭୂତ କରିଛି ।

wp:embed {"url":"https://www.prameyanews7.com/ncb-team-at-paradeep-port-for-inquiry-cocaine-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ncb-team-at-paradeep-port-for-inquiry-cocaine-case/
/wp:embed

ତେବେ ଭାଇରାଲ ଭିଡିଓ ଟି ଜବତ ହୋଇଥିବା ଜାହାଜର କି ନୁହେଁ ତାହା ସ୍ପଷ୍ଟ ହୋଇ ନଥିବା ସହ ସମ୍ପୃକ୍ତ ଯୁବକକୁ ଚିହ୍ନଟ କରାଯାଇନାହିଁ । ଜାହାଜର ସମସ୍ତ ସଦସ୍ୟଙ୍କୁ ଅଟକ ରଖା ଯାଇଥିବା ବେଳେ ଜାହାଜରେ ପଣ୍ୟ ବୋଝେଇ ପ୍ରକ୍ରିୟା ମଧ୍ୟ ବନ୍ଦ କରାଯାଇଛି । ଇଣ୍ଡୋନେସିଆରୁ ଜାହାଜଟି ଆସିଥିବା ବେଳେ ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯିବାର ଥିଲା ।

ଜାହାଜରୁ କୋକେନ କଷ୍ଟମ ବିଭାଗ ଜବତ କଲା ପରେ ଏବେ ଏନସିବି ଟିମ୍ ଦ୍ଵାରା ତଦନ୍ତକୁ ନେଇ ବନ୍ଦର ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଆରପଟେ ସିଜ୍ ହୋଇଥିବା ଜାହାଜ ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହା ବର୍ଥ ଭିତରେ ଅଧିକ ଦିନ ରହିବା ସମ୍ଭବ ହେଉ ନଥିନାରୁ । ଜାହାଜ ଟିକୁ କେଉଁଠି ରଖାଯିବ ତାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.