କୋଲକାତାରେ ଗିଲ୍, ସାଇ ଓ ବଟଲରଙ୍କ ବିସ୍ଫୋରଣ; କେକେଆର୍ ଆଗରେ ୧୯୯ ଲକ୍ଷ୍ୟ

Published By : Prameya-News7 Bureau | April 21, 2025 IST

କୋଲକାତା: ଇଡେନ ଗାର୍ଡେନରେ ଗିଲ୍, ସୁଦର୍ଶନ ଓ ବଟଲରଙ୍କ ବିସ୍ଫୋରଣ । କୋଲକାତା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ ଗୁଜରାଟର ତିନି ବ୍ୟାଟର । ୯୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଶୁବମନ ଗିଲ୍ । ସାଇ ସୁଦର୍ଶନଙ୍କ ଫିଫ୍ଟି ଓ ଜୋଶ୍ ବଟଲର ୪୧ ରନ୍‌ କରି ଅପରାଜିତ ରହିଲେ । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରରେ ଗୁଜରାଟ ଟାଇଟନ୍ସ କରିଛି ୧୯୮ ରନ୍‌ । କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ ଲକ୍ଷ୍ୟ ରହିଛି ୧୯୯ ରନ୍ । 

ଆଇପିଏଲରେ ଆଜିର ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ୍ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି । କେକେଆର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ଗୁଜରାଟ ଟାଇଟନ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଓପନିଂ ଯୋଡ଼ି ଶୁବମନ ଗିଲ୍ ଓ ସାଇ ସୁଦର୍ଶନ ପ୍ରାରମ୍ଭରୁ କୋଲକାତା ବୋଲରଙ୍କ ଉପରେ ପ୍ରହାର କରିଥିଲେ । ଗିଲ୍ ୯୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୫୨ ରନ୍ ପାଳି ଖେଳିଛନ୍ତି । ଏହାପରେ ଜୋଶ୍ ବଟଲର ୪୧ ରନ୍ ଜବରଦସ୍ତ ଇନିଂସ ଖେଳି ଗୁଜରାଟର ସ୍କୋରକୁ ୧୯୮ରେ ପହଞ୍ଚାଇଥିଲେ । ଫଳରେ କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ ୧୯୯ ରନ୍‌ର ଟାର୍ଗେଟ୍ ରହିଛି । ଦଳ ପକ୍ଷରୁ ବୈଭବ ଆରୋରା, ହର୍ଷିତ୍ ରାଣା ଓ ଆଣ୍ଡ୍ରେ ରସଲେ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.