ମୁମ୍ୱାଇ ୨୧/୦୪: ଘୋଷଣା ହୋଇଛି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ । ନୂଆ ଲିଷ୍ଟରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବଡ଼ କଥା ହେଉଛି ଏଥର ବିସିସିଆଇ ତାଲିକାକୁ ଫେରିଛନ୍ତି ଇଶାନ କିଶନ ଓ ଶ୍ରେୟସ ଆୟର । ଦୀର୍ଘଦିନ ପରେ ଟିମ୍କୁ ଫେରିବାର ଚାନ୍ସ ମିଳିଛି । ତେବେ ଅନେକ ଖେଳାଳି ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଚୁକ୍ତିନାମାରେ ସ୍ଥାନ ପାଇଛନ୍ତି। ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ।
🚨 𝗡𝗘𝗪𝗦 🚨
— BCCI (@BCCI) April 21, 2025
BCCI announces annual player retainership 2024-25 - Team India (Senior Men)#TeamIndia
Details 🔽https://t.co/lMjl2Ici3P pic.twitter.com/CsJHaLSeho
ବିସିସିଆଇର କଣ୍ଟ୍ରାକ୍ଟ ଲିଷ୍ଟରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ ବିସିସିଆଇ ବାର୍ଷିକ ଏକ ରାଶି ପ୍ରଦାନ କରିବ। A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ମିଳିବାକୁ ଥିବାବେଳେ, A ଗ୍ରେଡ୍ ୱାନରେ ୫ କୋଟି ଟଙ୍କା ମିଳିବ । ସେହିଭଳି ବି ଗ୍ରେଡ୍ ଖେଳାଳିମାନେ ୩ କୋଟି ଟଙ୍କା ପାଇବେ ଓ C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଇବେ ।
କହିବାକୁ ଗଲେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି । ଲିଷ୍ଟରେ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି । ସେହିଭଳି ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି । ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି। ସେହିଭଳି କାଟାଗୋରି Bରେ ୫ ଖେଳାଳି ଓ Cରେ ୧୯ ଜଣଙ୍କୁ ଚାନ୍ସ ।