କେବଳ ଅମିତ ମିଶ୍ରା ନୁହଁନ୍ତି, ଅନେକ ବଡ଼ କ୍ରିକେଟର ଘରୋଇ ହିଂସାରେ ହୋଇଛନ୍ତି ଶିକାର

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ ୨୧।୦୪: ଭାରତୀୟ କ୍ରିକେଟର ଅମିତ ମିଶ୍ରା । ପତ୍ନୀ ଗାରିମା ତାଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଗାରିମାଙ୍କ ଅନୁଯାୟୀ ଅମିତ ଏବଂ ତାଙ୍କ ପରିବାର ତାଙ୍କୁ ହୋଣ୍ଡା ସିଟି କାର ଏବଂ ୧୦ ଲକ୍ଷ ଟଙ୍କା ପାଇଁ ହଇରାଣ କରନ୍ତି । ଏହାବ୍ୟତୀତ ସେ ଅଭିଯୋଗ କରିଛନ୍ତି ଯେ ଅମିତ ମିଶ୍ରାଙ୍କର ଅନେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ମଧ୍ୟ ଅଛି । 

ତେବେ ଅମିତ ମିଶ୍ରାଙ୍କ ପୂର୍ବରୁ ଅନେକ ଷ୍ଟାର ଖେଳାଳିଙ୍କ ଉପରେ ମଧ୍ୟ ଘରୋଇ ହିଂସାର ଆସିଛି ଅଭିଯୋଗ । ଯେଉଁଥିରେ ଭାରତୀୟ କ୍ରିକେଟର ବଡ଼ ବଡ଼ ନାଁ ସାମିଲ ରହିଛି । ୨୦୧୮ରେ ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁ ତାଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନରେ ଦେଖାଦେଇଥିଲା ଅସ୍ଥିରତା । 

ଯୁବରାଜ ଭାରତର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ, ଯାହାଙ୍କର ସମ୍ପତ୍ତି ପ୍ରାୟ ୩୦୦ କୋଟି ଟଙ୍କା । ତେବେ ୨୦୧୭ରେ ଯୁବରାଜ ସିଂହଙ୍କ ଭାଉଜ ଆକାଂକ୍ଷା ଶର୍ମା ତାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ।

 ଘରୋଇ ହିଂସା ଅଭିଯୋଗରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ ସ୍ଲେଟର ମଧ୍ୟ ଗିରଫ ହୋଇଥିଲେ । ସ୍ଲେଟର ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୨୩ ମସିହାରେ ବିନୋଦ କାମ୍ବଲି ମଧ୍ୟ ଘରୋଇ ହିଂସାରେ ଫସିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀ ଆଣ୍ଡ୍ରିଆ ହେୱିଟ୍ ମଧ୍ୟ ଘରୋଇ ହିଂସା ଅଭିଯୋଗ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.