ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ, ଖୋଜି ବାହାର କଲା ସୁରକ୍ଷାକର୍ମୀଙ୍କ ସନ୍ଧାନୀ କୁକୁର

Published By : Prameya-News7 Bureau | August 31, 2024 IST

ମାଲକାନଗିରି ୩୧।୮: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଜଙ୍ଗଲ ଭିତରେ ୩ଟି IED ବୋମା ଲଗାଇଥିଲେ । CRPF ୧୬୮ ବାଟାଲିଅନର ଜବାନ ମାନେ ପେଡାଗାଲେରୁ ଜଙ୍ଗଲରେ କମ୍ବିଂ ଅପରେସନ ଲାଗି ଯାଇଥିବା ବେଳେ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି ୧୦ ମିଟର ବ୍ୟବଧାନରେ ତିନୋଟି IED ଲଗାଇଥିଲେ । ହେଲେ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କ ସାଥିରେ ଥିବା ସନ୍ଧାନୀ କୁକୁର ଏହି ସବୁ ଲ୍ୟାଣ୍ଡମାଇନ ଖୋଜି ବାହାର କରିଥିଲା । ଶୁଖିଲା ପତ୍ର ଓ ପଥର ଭିତରେ ଏହି ସବୁ IED ଲଗାଇଥିଲେ ମାଓବାଦୀ । ଲ୍ୟାଣ୍ଡମାଇନ ଠାବ ହେବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । 

ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ମଧ୍ୟ ଠାବ ହୋଇଥିଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ଡମ୍ପକୁ ଠାବ କରିଥିଲେ ବିଏସଏଫ ବାହିନୀ । ଦୟାଳତୂଙ୍ଗ ଗାଁ ନିକଟରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲ୍ୟାଣ୍ଡମାଇନ, ୬୨ଟି ଜିଲୋଟିନ ଷ୍ଟିକ୍, ବ୍ୟାଟେରୀ, ବିଦ୍ଯୁତ ତାର, ସୋଲାର ପ୍ୟାନେଲ, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ୍ କରିବା ଲାଗି ଏହିସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

You Can Read:

ରାଜ୍ୟରେ ପିଏମ୍-ଉଷା ଯୋଜନାର ଶୁଭାରମ୍ଭ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.