ରାଜ୍ୟରେ ପିଏମ୍-ଉଷା ଯୋଜନାର ଶୁଭାରମ୍ଭ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର ୩୧।୮: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା)ର ଶୁଭାରମ୍ଭ ହୋଇଛି । କୃଷି ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  'ପିଏମ୍-ଉଷା' ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ବାକ୍ଷରିତ ହୋଇଛି । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁନୀଲ ବର୍ଣ୍ଣଲ ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ଉପସ୍ଥିତରେ MOU ସ୍ଵାକ୍ଷରିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନ ପାଇଁ ଏହା ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ୨୦୨୩-୨୪ରୁ ୨୦୨୫-୨୬ ଯାଏ ଲାଗୁ ହେବ । ପୂର୍ବ ସରକାରରେ ଏହା ସାମିଲ ହେବାର ଥିଲା, କିନ୍ତୁ ହୋଇନଥିଲା । ଏଥିପାଇଁ ଆମେ ପଛରେ ପଡିଯାଇଛୁ । ଯୋଜନା ଲାଗୁ କରିବାକୁ ଆମକୁ ସ୍ପିଡ ବଢାଇବାକୁ ପଡିବ । କମ୍ ଦିନରେ ଅଧିକ କାମ କରିବାକୁ ପଡିବ । ଦକ୍ଷତା କ୍ଷେତ୍ରରେ ବିକାଶ ଏବଂ ଟେକ୍ନୋଲୋଜି ସହ ତାଳ ଦେଇ ଚାଲିବାକୁ ପଡିବ । ପିଏମ୍‌-ଉଷା ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଶାଣିତ କରିବ । ଏଥିରେ ବୈଷ୍ୟମତା ଏବ ଅସାମଞ୍ଜ୍ୟସତା ରହିବନି

ବିଳମ୍ବରେ ହେଲେ ବି ଆମ ସରକାର ଲାଗୁ କରିଛନ୍ତି । ପିଏମ୍‌-ଉଷା ଯୋଜନା ଦକ୍ଷତା ବିକାଶ, ଗବେଷଣା ଏବଂ ଚାକିରି କ୍ଷେତ୍ରରେ ଅମୃତ ଭଳି ହେବ । ଶିକ୍ଷାରେ ରାଜନୈତିକ ମନୋଭାବ ରହିବା କଥା ନୁହେଁ । ଏବେ ଆମେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲିଛୁ । ଶିକ୍ଷା ସହ ଭାଷାକୁ ଯୋଡିଛୁ । ୨୬ଟି ଭାଷାରେ ଲାବୋରେଟୋରି ଖୋଲିଛି । କିଛି ପ୍ରତିବନ୍ଧକ ରହିବନି, ଅର୍ଥ ବାଧକ ସାଜିବନି । ପୂର୍ବରୁ ଅନେକ ବିଶ୍ବ ବିଦ୍ୟାୟଳ ନାମକୁ ମାତ୍ର ସ୍ଥାପିତ ହୋଇଛି । 

ପୂର୍ବ ସରକାର ଦୃରଦୃଷ୍ଟି ସମ୍ପନ ନଥିଲେ ଏହାକୁ ଦେଖୁନିଥଲେ କି ବୁଝୁନଥିଲେ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡିଶାର ପୁଞ୍ଜି ହେଉଛି ଓଡିଶାର ବୌଦ୍ଧିକ କ୍ଷମତା । ଯେଉଁଠି ଧନୀଙ୍କଠାରୁ ଅଧିକ ଧନୀ ହେଉଛନ୍ତି ବୌଦ୍ଧିକ କ୍ଷମତାଶାଳୀ । ଓଡିଆଙ୍କ DNAରେ ଅଛି ବୌଦ୍ଧିକ କ୍ଷମତା । ମାନବସମ୍ବଳ ହେଉଛି ବଡ ପୁଞ୍ଜି । ପିଏମ୍‌ ଉଷାରେ ରାଜ୍ୟରେ ୫୦୦ କୋଟି ଖର୍ଚ୍ଚ ହେବ । ଏଥିରେ ଓଡିଶାର କଲେଜ, ୟୁନିଭର୍ସିଟି ଗୁଡିକ ଲାଭବାନ ହେବେ । ଏହା ୩ ବର୍ଷ ଆଗରୁ ଲାଗୁ ହେବାର ଥିଲା, ଯାହା ପୂର୍ବ ସରକାର କରିନଥିଲେ ।

ଯୋଜନା ଲାଗୁ ନହେବାକୁ ନେଇ ପୂର୍ବ ସରକାରଙ୍କୁ କଟାକ୍ଷ କଲେ । ସଉତୁଣୀ ବିଧବା ହେବା ନ୍ୟାୟରେ ଚାଲିଥିଲା ସରକାର । ନିଜର ରାଜନୈତିକ ପତିଆରା ପାଇଁ ଲାଗୁ କରିନଥିଲେ ।

ଏଜୁକେସନ ଅଟୋନୋମି ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଆଶା କରୁଛି ଖୁବଶୀଘ୍ର ଏଜୁକେସନ ଅଟୋନୋମି ଲାଗୁ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୈଷୟିକ ଶିକ୍ଷା ମହଲରେ ଗୋଟିଏ ଇଟା ଯୋଡାଗଲା । ଏହାଦ୍ବାରା ପାଖାପାଖି ୧ କୋଟି ପିଲା ଏହାଦ୍ବାରା ଉପକୃତ ହୋଇପାରିବେ ।

You Can Read:

ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ : ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.