ଆଠଗଡ଼ ୨୬।୦୩ : ବାବା ଧବଳେଶ୍ୱରଙ୍କ ପୀଠରେ ତୃତୀୟ ଲଉଡ଼ି ଉତ୍ସବ ପାଳନ । ଆଠଗଡ଼ ଗଡ଼ଜାତରେ ରାଜୁଡା ଅମଳରୁ ପାଳିତ ହୋଇଆସୁଛି ରାଜଦୋଳ। ଏହି ଉତ୍ସବରେ ଗୋପାଳମାନଙ୍କ ଦ୍ଵାରା ଲଉଡ଼ି ନୃତ୍ୟର ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେଉଁ ଆବାହମାନ କାଳରୁ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦୋଳ ଉତ୍ସବରେ ଲଉଡ଼ି ଖେଳ ଚାଲିଆସୁଛି।
ତେବେ ଦୋଳ ବିମାନ ଶୋଭାଯାତ୍ରାରେ ସମୟରେ ଲଉଡ଼ି ଖେଳ ଆୟୋଜନ କରାଯାଇଥାଏ। ଆଠଗଡ଼ ଅଞ୍ଚଳର କଦମ୍ବପାଟଣା, କାଇପୁଡ଼ିଆ, ଧୁରୁଷିଆ, କେଉଟପଡ଼ା, ଦ୍ଵାରବତିପୁର, ମହାଳପଡ଼ା, ବିଦ୍ୟାଧରପୁର, କନ୍ଦରପୁର, ରାଧାଶ୍ୟାମପୁର ଏବଂ ଘଣ୍ଟିଖାଲ ଲଉଡ଼ି ସଂଘ ଦ୍ୱାରା ପ୍ରତି ବର୍ଷ ପରି ଚଳିତ ବର୍ଷ ବାବା ଧବଳେଶ୍ବର ପୀଠରେ ଲଉଡ଼ି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବାବା ଧବଳେଶ୍ବରଙ୍କ ପୂଜକ ମାନଙ୍କ ସମେତ ଯାଦବ ମହାସଂଘର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।