ଆଠଗଡ଼ ୧୮।୧୨: ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ । କଟକ ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ଼ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ଜବତ କରାଯାଇ ନଷ୍ଟ କରିଛି ଅବକାରୀ ବିଭାଗ ।
କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଏବଂ ପଣସପାଟଣାରେ ଚଢାଉ କରାଯାଇ ୨୪୫୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୨୫୨୦୦ ଲିଟର ଗୁଡ଼ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏ ବାବଦରେ ୧୧ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ମାଜିଷ୍ଟ୍ରେଟ୍ ଭାବରେ ସ୍ଥାନୀୟ ତହସିଲଦାରଙ୍କ ସହିତ ୧୨ରୁ ଉର୍ଦ୍ଧ୍ବ ବିଭାଗୀୟ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ ।
You Can Read:
୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନୂଆଦିଲ୍ଲୀ ଓ ରାଜସ୍ଥାନ କାର୍ଯ୍ୟକ୍ରମରେ ଦେବେ ଯୋଗ