ଜାରି ହେଲା ବିଶ୍ୱର ଶକ୍ତିଶାଳୀ ଏୟାରଫୋର୍ସ ତାଲିକା, ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | January 29, 2025 IST

ନୂଆଦିଲ୍ଲୀ ୨୯।୧: ଗ୍ଲୋବାଲ ଫାୟାର ପାୱାର ବିଶ୍ୱର ୧୦ ଶକ୍ତିଶାଳୀ ବାୟୁସେନା (ଏୟାରଫୋର୍ସ) ରାଙ୍କିଙ୍ଗ ଜାରି କରିଛି। ଗ୍ଲୋବାଲ ଫାୟାର ପାୱାର ଡଟ୍ କମ୍ ୱେବସାଇଟ୍‌ ରେ ଏହାକୁ ଦେଖାଯାଇ ପାରିବ। ରିପୋର୍ଟରେ ଦେଶମାନଙ୍କୁ ଦିଆଯାଇଥିବା ରାଙ୍କିଙ୍ଗ ସେମାନଙ୍କ ପାଖରେ ମହଜୁଦ ଫାଇଟର ଜେଟ୍, ହେଲିକପ୍ଟର ଓ ସହାୟତା ବିମାନ ସମେତ ସେମାନଙ୍କ ଏୟାରକ୍ରାଫ୍ଟ ଆଧାରରେ ଦିଆଯଇଛି। ତେବେ ଭାରତ ପାଇଁ ଗର୍ବର କଥା ହେଉଛି ଏହି ତାଲିକାରେ  ଦେଶର ଏୟାଫୋର୍ସ ବିଶ୍ୱର ସବୁଠୁ ଶକ୍ତିଶାଳୀ ୫ ଏୟାରଫୋର୍ସଙ୍କ ମଧ୍ୟରେ ରହିଛି। ଏହି ତାଲିକାରେ ଭାରତର ପଡୋଶୀ ପାକିସ୍ତାନ ଓ ଚୀନ୍‌ ମଧ୍ୟ ଅଛନ୍ତି। ତେବେ କାହାର ବାୟୁସେନା କେତେ ଶକ୍ତିଶାଳୀ ଆସନ୍ତୁ ଜାଣିବା। 

ଗ୍ଲୋବାଲ ଫାୟାର ପାୱାର ତାଲିକାରେ ସବୁଥର ଭଳି ଏଥର ମଧ୍ୟ ଆମେରିକାନ ଏୟାରଫୋର୍ସକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବାୟୁସେନା ମାନ୍ୟତା ଦେଇଛି। ଏହା ପଛକୁ ଋଷିଆ ଓ ଚୀନ୍‌ ଏୟାରଫୋର୍ସ ଅଛନ୍ତି। ଏହା ପଛକୁ ଆସୁଛି ଭାରତର ନମ୍ବର, ଯାହା ଚତୁର୍ଥ ସ୍ଥାନରେ ରହିଛି। ଭାରତ ପଛକୁ ପଞ୍ଚମ ସ୍ଥାନରେ ରହିଛି ଦକ୍ଷିଣ କୋରିଆ ବାୟୁସେନା। ଜାପାନ ବାୟୁସେନା ବିଶ୍ୱର ଷଷ୍ଠ ଶକ୍ତିଶାଳୀ ବାୟୁସେନା ତାଲିକାରେ ରହିଛି। ଏଥିରେ ପାକିସ୍ତାନ ଅନେକ ପଛରେ ରହିଛି। 

ଗ୍ଲୋବାଲ ଫାୟାର ପାୱାର ତାଲିକା ଅନୁସାରେ ଭାରତରୁ ୩ଟି ପାହାଚ ତଳେ ଅର୍ଥାତ ସପ୍ତମ ସ୍ଥାନରେ ରହିଛି ପାକିସ୍ତାନ। ଭାରତୀୟ ବାୟୁସେନା ୨୨୨୯ ଯୁଦ୍ଧ ବିମାନ ସହିତ ବିଶ୍ୱର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ବାୟୁସେନାର ମାନ୍ୟତା ହାସଲ କରିଛି। ଭାରତୀୟ ବାୟୁସେନାରେ ୨୧୧୯ଟି ଯୁଦ୍ଧବିମାନ ଥିବା ବେଳେ ହେଲିକପ୍ଟର ଓ ସହାୟାକ ବିମାନ ମଧ୍ୟ ରହିଛି। ଏହି ହିସାବରୁ ଦେଖିଲେ ପାକିସ୍ତାନ ନିକଟରେ ମାତ୍ର ୧,୩୯୯ଟି ବିମାନ ରହିଛି। ଏଥିରେ ୩୨୮ଟି ଯୁଦ୍ଧ ବିମାନ ଥିବା ବେଳେ ୩୭୩ଟି ହେଲିକପ୍ଟର ଓ ୭୫୦ଟି ସହାୟକ ବିମାନ ରହିଛି। 

ଆମେରିକା ବାୟୁସେନାର ୫୭୩୭ଟି ହେଲିପ୍ଟର ଅଛି। ୧୮୫୪ଟି ଫାଇଟର ଜେଟ୍ ଥିବା ବେଳେ ୩,୭୨୨ଟି ସହାୟକ ବିମାନ ଅଛି। ଆମେରିକା ବାୟୁସେନାର ବାର୍ଷିକ ବଜେଟ ୮୦୦ ବିଲିୟନ ଡଲାର, ଯାହା ବୈଶ୍ୱିକ ସୈନ୍ୟ ଖର୍ଚ୍ଚର ପାଖାପାଖି ୪୦ ପ୍ରତିଶତରୁ ବି ଅଧିକ। ଏହାଛଡା ୧୦୯୯ଟି ବିମାନ ସହିତ ଇଜିପ୍ଟ ଅଷ୍ଟମ ସ୍ଥାନରେ ଥିବା ବେଳେ ୧୦୮୩ଟି ବିମାନ ସହିତ ତୁର୍କି ଓ ୯୭୬ଟି ଯୁଦ୍ଧ ବିମାନ ସହିତ ଫ୍ରାନ୍ସ ବିଶ୍ୱ ବାୟୁସେନା ଶକ୍ତିରେ ଯଥାକ୍ରମେ ନବମ ଓ ୧୦ମ ସ୍ଥାନରେ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.