ଲୋକସଭା ଶପଥ ନିୟମ ପରିବର୍ତ୍ତନ; ନାରାବାଜି କରି ପାରିବେ ନାହିଁ ବିରୋଧୀ !

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପରେ ସଂସଦରେ ନବନିର୍ବାଚିତ ସାଂସଦମାନେ ଶପଥ ନେଇଛନ୍ତି । ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେଲେ ଏହି ସସୟରେ କିଛି ସାଂସଦଙ୍କ ନାରାବାଜିକୁ ଦେଖି ବାଚସ୍ପତି ଓମ୍ ବିର୍ଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଲୋକସଭା ଅଧିବେଶନର କିଛି ନିୟମକୁ ସେ ସଂଶୋଧନ କରିଛନ୍ତି । ଶପଥ ପାଠରେ କିଛି ଟିପ୍ପଣୀ ଯୋଡ଼ା ଯାଇଛି ଏବଂ କିଛି ଟିପ୍ପଣୀ ଉପରେ ରୋକ୍ ଲଗାଯାଇଛି । ସଂସଦରେ ଅଧିବେଶନ ବେଳେ କିଛି ମାମଲାରେ ନିୟମକୁ କଠୋର କରାଯାଇଛି । ଅଧ୍ୟକ୍ଷଙ୍କ ପକ୍ଷରୁ ଡାଇରେକ୍ସନର ଡାଇରେକ୍ସନ-୧ରେ ନୂଆ କ୍ଲଚ୍ ଯୋଡ଼ାଯାଇଛି, ପୂର୍ବରୁ ଏହି ନିୟମ ନଥିଲା ।    

ଶପଥ ସମୟରେ କୌଣସି ପ୍ରକାର ନୂଆ ଶବ୍ଦ କିମ୍ବା ଅଭିବ୍ୟକ୍ତକୁ ସାଂସଦମାନେ ଯୋଡ଼ିବେ ନାହିଁ କି ଟିପ୍ପଣୀ ଦେବେ ନାହିଁ । ଗତ ସପ୍ତାହରେ ଶପଥ ସମୟରେ  କିଛି ଲୋକସଭା ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଭାଳି ନାରା ଲଗାଇ ଥିଲେ । ଏହାକୁ ଦେଖି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ  ପ୍ରଥମ ଏବଂ ଦ୍ବିତୀୟ ଦିନରେ ସାଂସଦମାନଙ୍କ ଶପଥ ସମୟରେ କିଛି ସଦସ୍ୟ  ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଶବ୍ଦ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ୍ ଓଓ୍ବେସୀ 'ଜୟ ଫିଲିସ୍ତିନୀ' ନାରା ଲଗାଇଥିଲେ । ଯାହାକୁ ନେଇ ସାଂସଦ ମାନେ ଆପତ୍ତି ମଧ୍ୟ ଉଠାଇଥିଲେ । ସଂସଦୟୀ ମନ୍ତ୍ରୀ କିରଣ ରିଜୁଜ୍ ଅଭିଯୋଗ କରିଥିଲେ ଯେ, ଲୋକସଭା ସଦସ୍ୟ ମାନେ ଶପଥ ନେବାର ପବିତ୍ର ସମୟରେ ରାଜନୈତିକ ସନ୍ଦେଶ ପଠାଉଛନ୍ତି,  ଯାହା ଗ୍ରାହଣୀୟ ନୁହେଁ । ଏହା ପରେ ବାଚସ୍ପତି ଓମ୍ ବିର୍ଲା ଡାଇରେକ୍ସନ-୧ରେ ନୂଆ କ୍ଲଚ୍ ଯୋଡ଼ିଛନ୍ତି । ଏବେ ଲୋକସଭା ଆଉ ଏଭଳି ଶବ୍ଦ ବ୍ୟବହାର କରିହେବ ନାହିଁ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.