ଭୁବନେଶ୍ୱର: ଭୁବନେଶ୍ୱର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ନୂଆ ଆଉଟ୍ଲେଟ୍ । ଦେଶରେ ଗାର୍ମେଣ୍ଟ ସେକ୍ଟର ଅଗ୍ରଣୀ ତଥା ବେଶ୍ ନାଁ କରା ବ୍ରାଣ୍ଡ ହେଉଛି "ଲଣ୍ଡନ ବେରୀ - Style For Life"। ହକି ଇଣ୍ଡିଆ ସଭାପତି ତଥା ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏହି ଆଉଟ୍ଲେଟ୍କୁ ଉଦ୍ଘାଟନ କରିଛନ୍ତି ।
ନ୍ୟୁ ଜାଗମରା ରୋଡ୍ରେ ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟ୍ଲେଟ୍କୁ ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି, ସୁମା ରିୟଲ ମିଡିଆ, ପ୍ରମେୟ ଓ ନ୍ୟୁଜ୍-୭ ଗ୍ରୁପର ସିଇଓ ସୁନିଲ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଭୁବନେଶ୍ୱର ଫ୍ରାଞ୍ଚାଇଜ ପାର୍ଟନର ଲିନା ବେଉରା ଏବଂ ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଏବେ ଗୋଟିଏ ସହିତ ୩ଟି ଓ ୨ଟି ସହ ୬ଟି ସାମଗ୍ରୀ ମାଗଣା ରହିବ । ଏଥିସହ ଶୀତବସ୍ତ୍ରରେ ୭୦ ପ୍ରତିଶତ ରିହାତି ଚାଲିଛି ବୋଲି ଫ୍ରାଞ୍ଚାଇଜ ପାର୍ଟନର ଓନର ଲିନା ବେଉରା କହିଛନ୍ତି । ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବାକୁ ଲକ୍ଷ୍ୟ ରହିଛି ବୋଲି କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି ।
୨୦୧୬ ମସିହାରେ "ଲଣ୍ଡନ ବେରୀ" ବ୍ରାଣ୍ଡ ସହ ଜନ୍ମ ନେଇଥିବା ଶ୍ରୀ ବାଙ୍କେ ବିହାରୀ କ୍ଲଦିଂ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଦେଶର ବିଭିନ୍ନ ଅଞ୍ଚଳରେ ଖୋଲିଥିବା ନିଜର ୧୭୦ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ଜରିଆରେ ଗ୍ରାହକ ମାନଙ୍କୁ ଉଚ୍ଚମାନର ଏବଂ ଆରାମଦାୟକ ଓ ଷ୍ଟାଇଲିଶ ପରିଧାନ ସୁଲଭ ମୂଲ୍ୟରେ ଯୋଗାଇ ଆସୁଛି ।