କାମ ଦେଲା ବୁଦ୍ଧି, ବାଇକ୍‌ ଚୋରି ଉଦ୍ୟମ କରି ଫେଲ୍‌ ମାରିଲା ଚୋର

Published By : Prameya-News7 Bureau | December 03, 2023 IST

ବାଲିପାଟଣା ୦୩।୧୨ : କାମ ଦେଲା ବୁଦ୍ଧି । ବାଇକ୍‌ ଚୋରି ଉଦ୍ୟମ କରି ଫେଲ ମାରିଲା ଚୋର । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବଜାରରେ ଔଷଧ ଦୋକାନୀ ତାଙ୍କ ବାଇକ୍‌କୁ ଦୋକାନ ସମ୍ମୁଖରେ ରଖି ଦୋକାନ ଭିତରେ ଶୋଇଥାନ୍ତି । ବାଇକ ଚୋରୀ ଆଶଙ୍କା ଥିବାରୁ ସିସିଟିଭି ଲଗାଯାଇଥିଲା । ଏହା ସହ ନିଜ ବାଇକ୍‌ ପ୍ଲଗକୁ ଦୋକାନୀ ରତିରଞ୍ଜନ ତ୍ରିପାଠୀ କାଢି ଦିଅନ୍ତି । ଶନିବାର ବିଳମ୍ବିତ ରାତିରେ ବାଉକ୍‌ ଚୋରୀ ଲାଗି ଉଦ୍ୟମ ହୋଇଥିଲା । ଯାହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ବାଇକ୍‌କୁ ଷ୍ଟାର୍ଟ କରି କିଛି ଦୂର ନେଇଥିଲା ଚୋର । ପ୍ଲଗ ନଥିବାରୁ ୧୦୦ ମିଟର ଯିବା ପରେ ଗାଡି ବନ୍ଦ ହୋଇଯାଇଥିଲା । ଶେଷରେ ବାଇକ୍‌ ଛାଡି ଫେରାର ହୋଇଯାଇଛି । ରବିବାର ଦିନ ସକାଳ ଦୋକାନୀ ରତି ରଞ୍ଜନ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି ।

wp:embed {"url":"https://www.prameyanews7.com/four-state-election-result-update/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-state-election-result-update/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.